ଭୁବନେଶ୍ୱର,ରାଜ୍ୟରେ କରୋନା ସଂକ୍ରମଣ ପ୍ରତିଦିନ ବଢୁଥିବା ଓ ଆଗକୁ ରଥ ଯାତ୍ରା ରହିଛି । ତେବେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ରଥଯାତ୍ରା ନେଇ ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ସେ କହିଛନ୍ତି, ପୁରୀରେ ୬୯ଟି ଫାଷ୍ଟ ଏଡ ସେଣ୍ଟର ଖୋଲାଯାଇଛି। ସେଠାରେ ୫୮ଟି ଆମ୍ବୁଲାନ୍ସ ସର୍ଭିସ, ୧୧୪ଟି ଷ୍ଟ୍ରେଚର ସର୍ଭିସ,୧୪୫ ଜଣ ଡାକ୍ତର, ୭ ଫୁଡ ସେଫଟି ଅଫିସର, ୪୦ ଜଣ ଫାର୍ମାସିଷ୍ଟ, ୩୦ ଜଣ ନର୍ସିଂ ଅଫିସର, ୪୫ ହେଲ୍ଥ ଅଫିସର, ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୨୮୭ ବେଡ, ପ୍ରବଳ ଗୁଳୁଗୁଳି ପାଇଁ ପୁରୀରେ ୨୬ଟି ଏସି ବେଡର ବ୍ୟବସ୍ଥା ହୋଇଛି। ପୁରୀ ହସ୍ପିଟାଲରେ ୨୦୦ ୟୁନିଟ ଲେଖାଏଁ ଭିନ୍ନ ଭିନ୍ନ ଗ୍ରୁପର ବ୍ଲଡ ବ୍ୟାଙ୍କ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି ।