
-
ଓଡିଶାରେ ସଂକ୍ରମଣ ସଂଖ୍ୟା 100 ପାର କଲା
-
ଭିଡ଼କୁ ନ ଯିବା ଓ ସବୁବେଳେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର ,ରାଜ୍ୟରେ କୋଭିଡ ସଂକ୍ରମଣ ଉପରମୁହାଁ ହେବା ଓ ଗୋଟିଏ ଦିନରେ କରୋନା ମାମଲା ଶହେ ପାର କରିବା ରାଜ୍ୟରେ ଚିନ୍ତା ବଢାଇ ଦେଇଛି । ଅନ୍ୟ ପକ୍ଷରେ ରାଜ୍ୟର ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ରାଜ୍ୟବାସୀଙ୍କୁ ଭିଡକୁ ନ ଯିବା ଓ ସବୁବେଳେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ସ୍ଲୋ ପ୍ରାଗେସ୍ ରହିଛି । ପୂର୍ବରୁ ଦୈନିକ ସଂକ୍ରମଣ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ ଛୁଇଁଥିଲା। ମାତ୍ର ଏବେ ସେହି ସଂଖ୍ୟା ଶହେ ପାର କରିଛି। ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନ ହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି।
ସେ କହିଛନ୍ତି ଯେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଉଛି ଭିଡ଼କୁ ଯାଆନ୍ତୁ ନାହିଁ, ସବୁବେଳେ ମାସ୍କ ପରିଧାନ କରନ୍ତୁ । ସେହିପରି ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ। ବର୍ତ୍ତମାନ ଘରେ ଘରେ ଟେଷ୍ଟିଂ କରାଯାଉଛି। ଯାହାଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯଦି ଏହା ପରେ ହସ୍ପିଟାଲାଇଜେସନ ବଢେ ପୂର୍ବ ଭଳି ବ୍ୟବସ୍ଥା କରାଯିବ। ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛୁ ପିକରେ କେତେ ପର୍ଯ୍ୟନ୍ତ ଯାଉଛି ତାହା ଉପରେ ନଜର ରଖିଛୁ ବୋଲି ସେ କହିଛନ୍ତି ।