
ଭୁବନେଶ୍ୱର, ମୋଦି ସରକାରଙ୍କ “ଅଗ୍ନିପଥ ଯୋଜନା”ର ପ୍ରତ୍ୟାହାର ଦାବିରେ ଜଟଣୀ ଠାରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଉତରାୟ କହିଲେ ଯେ ସୈନ ବାହିନୀରେ ଯୋଗଦେଇ ଦେଶପାଇଁ ଜୀବନ ଦେବାକୁ ସ୍ୱପ୍ନ ଦେଖିଥିବା ଯୁବକ ମାନଙ୍କର ସ୍ୱପ୍ନକୁ ମୋଦି ଅଗ୍ନିପଥ ଯୋଜନା ମାଧ୍ୟମରେ ଭଙ୍ଗ କରିଛନ୍ତି । ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତଶ୍ରୁତି ଏବେ ୪ ବର୍ଷିଆ ନିଯୁକ୍ତି ସୃଷ୍ଟିକରି ସେନାବାହିନୀକୁ ଦୁର୍ବଳ କରିବାକୁ ଚକ୍ରାନ୍ତ କରିଛନ୍ତି । ସେନାବାହିନୀରେ ଠିକା ନିଯୁକ୍ତିକୁ ଦେଶବାସୀ ଗ୍ରହଣ କରିପାରୁ ନାହାନ୍ତି । ୪ ବର୍ଷରେ ୬ ମାସ ଟ୍ରେନିଂ ଯାହା ସଠିକ ଭାବେ କର୍ତବ୍ୟ କରିବା ପାଇଁ ଉପଯୁକ୍ତ ନୁହେଁ । ମୋଦିଙ୍କର ଏହି ନିକୃଷ୍ଠ ନିଯୁକ୍ତି ସପକ୍ଷରେ ରାମଦେବ ଠାରୁ କେତେକ ମୋଦି ସପକ୍ଷବାଦୀ କମ୍ପାନୀ ପଚାର ଚଳାଇଛନ୍ତି । ମୋଦିଙ୍କର ଏହି “ଅଗ୍ନିପଥ“ ଯୋଜନାର ଦୃଢ଼ ପ୍ରତିବାଦ କରାଯିବ ।
ଏହି କାର୍ଯ୍ୟକ୍ରମରେ ମନ୍ମଥ ରାଉତରାୟ, ଧନେଶ୍ୱର ରାଉତରାୟ, ଚାଲୁ ମଙ୍ଗରାଜ, ଫୁପୁ ପଟ୍ଟନାୟକ, ମଂଟୁ ସ୍ୱାଇଁ, ପିଂଟୁ ମହାରଥି, ଦିବାକର ବେହେରା, ନୈସରୀ ଅଲ୍ଲି, ସୁନୀଲ ରାଉତରାୟ, କଳିଙ୍ଗ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।