
ଗଞ୍ଜାମ,ଗଞ୍ଜେଇ ଓ ଅଫିମ ବ୍ୟବସାୟରେ ସମ୍ପୃକ୍ତ ଅଭିଯୋଗରେ ଏସଟିଏଫ ଗିରଫ କରିଥିବା ବୁଗୁଡ଼ା ରଘୁନାଥ ସାହିର ଦୁଇ ଭାଇ ବନମାଳି ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ୩ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ସମ୍ପତି ଜବତ ହୋଇଛି ।
ଦୁଇ ଭାଇ ୨୦୨୨ ଅପ୍ରେଲ ୨୯ ତାରିଖରେ ୧୦୬ କେଜି ଗଞ୍ଜେଇ ଓ ୫୧୭ ଗ୍ରାମ ଅଫିମ ଚାଲାଣ କରୁଥିବା ବେଳେ ଏସଟିଏଫ ଉଭୟଙ୍କୁ ଗିରଫ କରିଥିଲା । ଏସଟିଏଫ ପକ୍ଷରୁ ଏ ସଂକ୍ରାନ୍ତରେ କେସ୍ ନଂ ୧୦/୨୦୨୨ ଅନୁସାରେ ଅଭିଯୁକ୍ତ ଦ୍ଵୟଙ୍କୁ କୋର୍ଟଚାଲାଣ କରିଥିଲା । ଅଭିଯୁକ୍ତ ମାନେ ଜେଲ୍ ରେ ଥିବା ବେଳେ ଗଞ୍ଜେଇ ଓ ଅଫିମ କାରବାର କରି ଅର୍ଜିତ ସମ୍ପତିକୁ ଜବତ କରିଛି ଏସଟିଏଫ ।