ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ଖେଳାପଡ଼ିଆରେ ଅନୁଷ୍ଠିତ ମହାନଗର ପୁସ୍ତକ ମେଳାର ଷଷ୍ଠ ରଜନୀରେ ରଙ୍ଗାରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥି ସହ ଏକ ବୈଶିକ ଆଲୋଚନାରେ ବିଶିଷ୍ଟ ଗୀତିକବି ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ନିଜର ଉଦ୍ଘାଟିନୀ ଅଭିଭାଷଣରେ ସେ ସାହିତ୍ୟ ସଙ୍ଗୀତ ଓ ପୁସ୍ତକ ମେଳାର ଏକ ଉତ୍ତମ ସମର୍କ ଥାଏ ବୋଲି ଦର୍ଶାଇ ଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀ ଗଣେଶ ପଟ୍ଟନାୟକ ଓ ସମ୍ମାନୀୟ ଅତିଥିଭାବେ ଶ୍ରୀ ଶିଶିର ମିଶ୍ର ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ ଯୋଗ ଦେଇଥିବା ବେଳେ ସମ୍ମନିତ ବକ୍ତା ଭାବେ ସାମ୍ବାଦିକ ଓ କଳାକାର ଶ୍ରୀଯୁକ୍ତ ଜଗନ ମୋହନ ମହାପାତ୍ର ଯୋଗ ଦେଇଥିଲେ। କଣ୍ଠଶିଳ୍ପୀ ସୁବାସ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ସୁଶାନ୍ତ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଗଣେଷ ପଟ୍ଟନାୟକ, ନବ କିଶୋର ମହାପାତ୍ର, ସୁଦୀପ ସାହୁ, ନରେଶ ବେହେରା ପ୍ରମୁଖ ସଙ୍ଗୀତ ପରିବେଶ କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ସୁଦୀପ ସାହୁ ଓ ଅନୁରାଧା ସାହୁଙ୍କ ” ପୁସ୍ତକ ମେଳା ସଙ୍ଗୀତ ସମ୍ମାନ” ପ୍ରଦାନ କରାଯାଇଥିଲା। ଶ୍ରୀଯୁକ୍ତ ନିହାର ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପୁସ୍ତକମେଲା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 21, 2024
November 21, 2024