ପୁରୀ – କନସୁଲ ଜେନେରାଲ ଅଫ୍ ଜାପାନ, କୋଲକତା, ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ ସେଂଟର, ଚନ୍ଦ୍ରଶେଖର ଏକାଡେମୀ ଓ ଜାପାନ ଫାଉଣ୍ଡେସନ ତଥା ଜାପାନ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ମାସ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ବଡଦାଣ୍ଡସ୍ଥିତ ଶ୍ରୀକୃଷ୍ଣ ସିନେମା ହଲରେ ଜାପନ ଫିଲ୍ମ ଫେଷ୍ଟିଭାଲ ଅନୁÂିତ ହେବ । ପ୍ରତିବର୍ଷ ଜାପାନ ସରକାର ଅନ୍ୟ ମେଗା ସିଟିରେ ଏହି ଫେଷ୍ଟିଭାଲ ପାଳନ କରୁଥିଲେ । କିନ୍ତୁ ଚଳିତ ବର୍ଷ ଶ୍ରୀ ଦାଶଙ୍କ ଅନୁରୋଧ କ୍ରମେ ଓଡିଶାର ସାଂସ୍କୃତିକ ସହର ପୁରୀ ଠାରେ ପ୍ରଥମଥର ପାଇଁ ଏହି ଫେଷ୍ଟିଭାଲ ଆୟୋଜନ କରାଯାଉଛି । ଦୀର୍ଘ ୩୦ବର୍ଷ ଧରି ଚନ୍ଦ୍ରଶେଖର ଏକାଡେମୀର ସଭାପତି ତଥା କ୍ୟୋଟୋର ପର୍ଯ୍ୟଟନ ରାଷ୍ଟ୍ରଦୂତ କୁନା ଦାଶ ଜାପାନ ରେ ରହି ସେଠାରେ ଭାରତ ଓ ଜାପାନର ସମ୍ପର୍କକୁ ମଜଭୁତ୍ କରିବା ପାଇଁ ପ୍ରୟାସ କରି ଆସୁଛନ୍ତି । ବିଶେଷ କରି ଜାପାନର ଶିକ୍ଷା, ସଂସ୍କୃତି ଓ ଜ୍ଞାନକୌଶଳକୁ ଆଦାନ ପ୍ରଦାନ ଏବଂ ଦୁଇ ଦେଶ ମଧ୍ୟରେ କିପରି ଭଲ ବାଣିଜ୍ୟ କାରବାରରେ ହୋଇପାରିବ ସେ ନେଇ ତାଙ୍କର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ଚଳଚ୍ଚିତ୍ର ଦେଖିବା ଦ୍ୱାରା ଜାପାନର ସଂସ୍କୃତି, ଶିକ୍ଷା ଓ ଜ୍ଞାନକୌଶଳ ସମ୍ପର୍କରେ ଜାଣିପାରିବା । ତିନିଦିନ ଧରି ଚାଲିବାକୁ ଚଳଚ୍ଚିତ୍ରରେ ୬ଟି ଶୋ’ ରହିଛି । ପ୍ରତିଦିନ ଅପରାହ୍ଣ ୩ଟା ଓ ସନ୍ଧ୍ୟା ୬ଟା ରେ ଚାଲୁ ରହିବ । ଏହି ଚଳଚ୍ଚିତ୍ର ଇଂରାଜୀ ଅନୁବାଦ ସହ ସମସ୍ତଙ୍କ ପାଇଁ ଏଂଟି୍ର ଫି୍ର ରହିଛି । ଚଳଚ୍ଚିତ୍ର ମଧ୍ୟରେ ଇଟସ୍ ବିୟୁଟିଫୁଲ ଲାଇଫ୍, ଡ୍ୟାଡ୍ସ ଲଂଚବକ୍ସ, ଦ କମ୍ପଲେକ୍ସ, ଟାଇମ୍ ଅଫ୍ ଇଭ୍, ପପ୍ ଇନ୍ କୁ୍ୟ, ସର୍ଭାଇଭାଲ ଫ୍ୟାମିଲ ଆଦି ରହିଛି । ଏଥିରେ ପୁରୀ ତଥା ଏହାର ଆଖପାଖ ଲୋକମାନେ ଓ ସେମାନଙ୍କ ପରିବାର ଯୋଗ ଦେଇ ଜାପନୀ ସାମଗ୍ରୀ ଓ ଜାପାନୀ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ହୋଇପାରିବ । ଏହା ସହ ଯେଉଁମାନେ ଜାପାନ ଭାଷା ଶିଖୁଛନ୍ତି, ଜାପାନରେ ଚାକିରୀ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ଓ ଜାପାନର ସଂସ୍କୃତିକୁ ଉପଭୋଗ କରିବା ପାଇଁ ଏହା ବେଶ୍ ସହାୟକ ହେବ । ଭାରତ ଓ ଜାପାନରେ ଘରେ ପ୍ରବେଶ ପୂର୍ବରୁ ଜୋତା କାଢି ମୁଣ୍ଡ ନୁଆଁଇ ନମସ୍କାର କରନ୍ତି । ଏହି ପ୍ରକାରର କିଛି ପ୍ରଥା ଦୁଇ ଦେଶ ମଧ୍ୟରେ ରହିଛି । ଏହି ଚଳଚ୍ଚିତ୍ରରେ ଜାପାନ ଲୋକମାନଙ୍କର ଜୀବନ, ସଂସ୍କୃତି, ସଂଗୀତକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏହି ଫେଷ୍ଟିଭାଲରେ ଅଧିକ ସଂଖ୍ୟାରେ ଯୁବକ, ଯୁବତୀ, ଛାତ୍ରଛାତ୍ରୀ ଓ ପରିବାରବର୍ଗମାନେ ଯୋଗ ଦେଇ ଜାପାନ ଚଳଚ୍ଚିତ୍ର ଉପଭୋଗ କରିପାରିବେ । ଏହି ଫିଲ୍ମ ଦେଖିବା ଦ୍ୱାରା ଜାପାନ ଓ ଓଡିଶାର ସମ୍ପର୍କ ଆହୁରି ନିବିଡ ହୋଇପାରିବ । ଜାପାନ ସରକାର ପୁରୀରେ ଫିଲ୍ମ ଫେଷ୍ଟିଭାଲର ଆୟୋଜନ କରିଥିବାରୁ ଶ୍ରୀ ଦାଶ ତାଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏହା ସହ ଶ୍ରୀ ଦାଶ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡର ବାଲିଘାଇ ଛକ ଏବଂ ଜାପାନର କ୍ୟୋଟୋ ଠାରେ ଚନ୍ଦ୍ରଶେଖର ଏକଡେମୀ ପ୍ରତିÂା କରିଛନ୍ତି । ସେହି ଠାରେ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାଙ୍କୁ ଜାପାନିଜ ଭାଷା ଶିକ୍ଷା ପ୍ରଦାନ କରାଯାଉଛି । ସେଠାରେ ମଧ୍ୟ ଆଇଟି ଶିକ୍ଷାକେନ୍ଦ୍ର ଖୋଲାଯାଇଛି । ସେଠାରେ ପାଠପଢି ଜାପାନର ବଡବଡ କମ୍ପାନୀରେ ଚାକିରୀ କରିବାର ବ୍ୟବସ୍ଥା ରହିଛି ।