ଗଂଜାମ, ଗଂଜାମ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଜିଲା ଅଭିଲେଖାଗାର କାର୍ଯ୍ଯାଳୟ ରହିଛି। ଏଠାକୁ ଜିଲାର ବିଭିନ୍ନ ଅଂଚଳରୁ ଜନସାଧାରଣ ସେମାନଙ୍କ ଜରୁରୀ ନଥିପତ୍ରର କପି ବାହାର କରିବାକୁ ଆସିଥାନ୍ତି। ତେବେଏଥିପାଇଁ ଆସୁଥିବା ଲୋକ ହଟହଟା କହିଲେ ନସରେ।ଏହି କାର୍ଯ୍ଯାଳୟ ନିକଟରେ ଏମାନଙ୍କ ବସିବା ପାଇଁ କିମ୍ବା ଅପେକ୍ଷା କରିବାକୁ ବିଶ୍ରାମାଗାର ନାହିଁ। କପି ଆବେଦନ କରିବା ନିମନ୍ତେ ଏଠାକୁ ଅସୁଥିବା ବ୍ଯକ୍ତିବିଶେଷ ମାନେ ଦିନତମାମ ଅପେକ୍ଷା କଲେ ମଧ୍ଧ ଏଠାରେ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ଦେଖାମିଳୁନାହିଁ। ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ସାଢେ ଦଶଟା ବେଳେ ଅଫିସ ଚାବିଖୋଲି ବାହାରେ ଟହଲ ମାରୁଥିବା ଅଭିଯୋଗ ହେଉଛି।
ଏହି କାର୍ଯ୍ଯାଳୟରେ ନିଯୁକ୍ତି ପାଇଥିବା ଓଏଏସ ଅଧିକାରୀ ବିଶ୍ଵମ୍ବର ରଥ ଡେପୁଟି କଲେକ୍ଟର ପ୍ରତ୍ଯେହ ଅପରାହ୍ନ ୫ଟା ସମୟରେ କାର୍ଯ୍ଯାଳୟକୁ ଆସି ଘଣ୍ଟାଏ ମଧ୍ଧରେ ଡ୍ଯୁଟି ଶେଷକରି ଯାଉଛନ୍ତି। ଅନ୍ଯ ସମୟରେ ଅଫିସ ଚେୟାର ଟେବୁଲ ଖାଲି ପଡୁଛି। ଏପରି ସ୍ଥିତିରେ କପି ନେବାକୁ ଆସୁଥିବା ବ୍ଯକ୍ତି ବିଶେଷମାନଙ୍କୁ ଏହି ଅଫିସର କିରାଣୀ ଓ ଚତୁର୍ଥଶ୍ରେଣୀ କର୍ମଚାରୀମାନେ ବିଭିନ୍ନ ପ୍ରକାର ହଇରାଣ ଓ ହଟହଟା କରିବା ସହ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହେଉଛି । ଗଂଜାମ ଜିଲାପାଳ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।