
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ରକ୍ତର ଆବଶ୍ୟକତା ଅଧିକ ରହିଥାଏ ଏବଂ ପ୍ରାଥମିକ ଚିକିତ୍ସା ପ୍ରାପ୍ତ ହୋଇଥିବା ସମାଜସେବୀ ଙ୍କ ଆବଶ୍ୟକତା ରହିଥାଏ। ଯେଉଁ ମାନଙ୍କର ଅଭିଜ୍ଞତାର ଆବଶ୍ୟକତା ରହିଥାଏ ଯାହାକୁ ନେଇ ବ୍ଳଡ ଗଛିତ ରହିବା ଆବଶ୍ୟକ ଯାହାକୁ ଆଧାର କରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ସେଣ୍ଟ ଜନ୍ ଆମ୍ବୁଲାନ୍ସ ତରଫରୁ କରାଯାଉଛି। ଏହି ରକ୍ତଦାନ ଶିବିରକୁ ମିଶନ ଓଡିଶା ଓ ସର୍ମପଣ ତରଫରୁ ସହଯୋଗ କରାଯାଉଛି। ଏଥିରେ ଏକାଧିକ ସ୍ବେଚ୍ଛାସେବୀ ସ୍ବଇଛାରେ ତାଙ୍କର ବହୁମୂଲ୍ୟ ସମୟ ଦେବା ସହ ରକ୍ତଦାନ କରିଛନ୍ତି। ଅନ୍ୟପକ୍ଷରେ ଆଗାମୀ ରଥଯାତ୍ରା କୁ ଲକ୍ଷ୍ୟ କରି ସେଣ୍ଟ ଜନ୍ ଆମ୍ବୁଲାନ୍ସ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରାଥମିକ ଚିକିତ୍ସା ଶିବିରର ଶେଷଦିନରେ ସ୍ବେଚ୍ଛାସେବୀ ଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ନୂତନ ବ୍ରିଗେଡ ପ୍ରତିଷ୍ଠା ହୋଇଥିଲା। ସେଣ୍ଟଜନ ହାପିନେଶ ଫାଉଣ୍ଡେସନ ଡିଭିଜନ ପ୍ରତିଷ୍ଠା କରାଯାଇଛି। ହାପିନେଶ ଫାଉଣ୍ଡେସନ ର ସ୍ବେଚ୍ଛାସେବୀ ମାନେ ଏଥିରେ ଯୋଗଦାନ କରି ପ୍ରାଥମିକ ଚିକିତ୍ସା ସେବା ଗ୍ରହଣ କରିଛନ୍ତି। ଏହି ରକ୍ତଦାନ ଶିବିର ଓ ପ୍ରାଥମିକ ଚିକିତ୍ସା ଶିବିର କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସେଣ୍ଟଜନ୍ ଆମ୍ବୁଲାନ୍ସଳ ସଚିବ କମିଶନର ଡକ୍ଟର ସନତ ପଟ୍ଟନାୟକ, ଡାକ୍ତର ଦେବ ପ୍ରସାଦ ଦାଶ, ଡେପୁଟି କମିଶନର ପ୍ରଦୀପ ବାରିକ, ସମାଜସେବୀ ଜୟନ୍ତୀ ମହାପାତ୍ର, ଚକ୍ରଧର ମହାପାତ୍ର, ଶ୍ୟାମପ୍ରକାଶ ସେନାପତି, ବ୍ଳଡ ବ୍ୟାଙ୍କ ଅଧିକାରୀ ଦିପକ ସାହୁ, ସେଣ୍ଟ ଜନ ଆମ୍ବୁଲାନ୍ସ ର ସହ ସମ୍ପାଦକ ମଧୁସୂଦନ ମିଶ୍ର, ସମାଜସେବୀ ରାଜେଶ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ। ବିଶେଷକରି କିଭଳି ଆବଶ୍ୟକ ସ୍ଥଳେ ଚିକିତ୍ସା ସେବା ଦିଆଯିବ ତା ଉପରେ ଅନେକ ପ୍ରକାର ଟେକନିକ ଓ ବାସ୍ତବ ସ୍ଥୀତିକୁ ନେଇ ଉଚିତ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସେଣ୍ଟ ଜନ ଆମ୍ବୁଲାନ୍ସ ହାପିନେଶ ଫାଉଣ୍ଡେସନ ଡିଭିଜନ ୨୫ଜଣ ସ୍ବେଚ୍ଛାସେବୀ ଙ୍କୁ ଫାଷ୍ଟ ଏଡ ଚିକିତ୍ସା ଟ୍ରେନିଂ ଦିଆଯାଇଛି।
ସେପଟେ ଏହି ଶିବିରରେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ଯୋଗଦାନ କରି ଡ୍ରଗ୍ସ ଅପବ୍ୟବହାର ଓ ଅନୈତିକ କାରବାର ବିରୋଧ ଦିବସ ଅବସରରେ ନିଶା ଏକ ମାରାତ୍ମକ ବ୍ୟାଧି।ଏଥିରେ ବିଶେଷ ଭାବରେ ଯୁବ ବର୍ଗ ପ୍ରଭାବିତ ହେଉଥିବାରୁ ସେମାନଙ୍କୁ ସଚେତନ କରିବା ପାଇଁ ନିହାତି ଆବଶ୍ୟକତାକୁ ଲକ୍ଷ କରି ଛାତ୍ର ଛାତ୍ରୀ ଙ୍କୁ ସଚେତନ କରାଇଥିଲେ। ବର୍ତ୍ତମାନ ସମାଜ ରେ ଘଟିଯାଉଥିବା ପରିସ୍ଥିତି କୁ ନେଇ ସମାଜସେବୀ ଙ୍କ ସହ ଆଲୋଚନା କରିଥିଲେ। ସମାଜସେବୀଙ୍କ ସହ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା।