
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବିଶିଷ୍ଟ ଓଡ଼ିଆ ସିନେ ଅଭିନେତା ତଥା ଯାତ୍ରା ଜଗତର ଲୋକପ୍ରିୟ କଳାକାର ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ। ଓଡ଼ିଆ ଚଳଚ୍ଚିତ୍ର ଏବଂ ଯାତ୍ରା ଜଗତରେ ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ଓଡ଼ିଆ ସିନେମାରେ ଖଳ ଚରିତ୍ରରେ ତାଙ୍କ ଅଭିନୟ ଥିଲା ବେଶ ଚମତ୍କାର। ତାଙ୍କ ବିୟୋଗ ଓଡିଆ ସିନେମା ଏବଂ ଯାତ୍ରା ଜଗତରେ ଅପୂରଣୀୟ କ୍ଷତି ଘଟିଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଓଡ଼ିଶା ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା