ସ୍ନାନ ପୂର୍ଣ୍ଣିମା ପରେ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜ୍ୱର ହୋଇଥାଏ |ସେହି ସମୟରେ ହନୁମାନ ଜୀ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ |କିନ୍ତୁ ସେ ସେତେବେଳେ ଶ୍ରବଣ କଲେ ଯେ ଭଗବାନଙ୍କୁ ଜ୍ୱର ହୋଇଛି |ସେଥିପାଇଁ ହନୁମାନ ଜୀ ଅଣସର ସମୟରେ ମହାପ୍ରଭୁଙ୍କର ବ୍ରିତି ବିଧାନର୍ଥେ ବିଭିନ୍ନ ପ୍ରକାର ଫଳ ଭାର ଆଣି ଆସିଥିଲେ |ଯାହାକୁ ମହାପ୍ରଭୁ ଆସ୍ଵାଦନ କଲେ |ସେହି ପରମ୍ପରା କୁ ଉଦଜ୍ଜୀବିତ ରଖି ହାତୀ ଆଖଡ଼ା ମଠ ପୁରୀ ତରଫରୁ ବହୁ ପୁରାତନ କାଳରୁ ନବମୀ ତିଥିରେ ଅଣସର ଭୋଗ ନିମନ୍ତେ ବିଭିନ୍ନ ପ୍ରକାର ଫଳ ଭାର ଶ୍ରୀମନ୍ଦିର ଯିବାର ପ୍ରାରମ୍ପରା ରହିଛି |ସେହି ପରମ୍ପରା କୁ ଅନୁସରଣ କରି ଚଳିତ ବର୍ଷ ହାତୀ ଆଖଡ଼ା ମଠ ମହନ୍ତ ସୁଖରାମ ଦାସଜୀ ମହାରାଜ ଙ୍କ ପୁରହିତରେ ବିଭିନ୍ନ ପ୍ରକାର ଫଳଭାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଅର୍ପିତ କରାଯାଇଛି |
Related Stories
November 24, 2024