କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ଯଯାଙ୍ଗଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଳଶକ୍ତି ଅଭିଯାନ ଅବସରରେ ଜୃଷକ ମେଳା ଓ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଚେୟାରମ୍ୟାନ୍ ଅନାମ ବଂଧୁ ଧଳ ଓ ଡେରାବିଶ ବ୍ଲକ ଚେୟାରମ୍ୟାନ୍ ସରୋଜକାନ୍ତ ସାହୁ, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଯୁବ ନିର୍ଦ୍ଦେଶକ ପ୍ରଫେସର ବିଜୟ କୁମାର ମହାପାତ୍ର, କେନ୍ଦ୍ରିୟ କନ୍ଧ ଫସଲ ଗବେଷଣା କେନ୍ଦ୍ରର ପ୍ରଫେସର କ।।ଳିଦାସ ପତି, କେନ୍ଦ୍ରୀୟ ମଧୁର ଜଳ ଜୀବ ପ୍ରତିଷ୍ଠାନର ଖୁଂଟିଆ ମମୁଁ, କେନ୍ଦ୍ରୀୟ ଜଳ ପ୍ରବନ୍ଧନ ସଂସ୍ଥାର ପ୍ରମୁଖ ବୈଜ୍ଞାନିକ ଡା. ରେନୁରାଣୀ ସେଠୀ ଓ ଆର୍.କେ. ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ୧୪ ଟି ଷ୍ଟଲ୍ ଖୋଲାଯାଇ ଜିଲ୍ଲାର କୃଷି ଓ ଆନୁସଙ୍ଗିକ ବିଭାଗର କୃଷକ ଉତ୍ପାଦକ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ କମ୍ପାନୀ ପକ୍ଷରୁ ଷ୍ଟଲ୍ ଖୋଲାଯାଇ ଜଳଶକ୍ତି ଅଭିଯାନ ସଂପର୍କିତ ଜ୍ଞାନ କୈାଶଳ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ କୃଷି ବୈଜ୍ଞାନିକ କେନ୍ଦ୍ରର ବୈଜ୍ଞାନିକ ମାନଙ୍କ ଦ୍ୱାରା ଦୁଇଟି ପୁସ୍ତକ ଅତିଥିମାନେ ଉନ୍ମୋଚନ କରିଥିଲେ । ସଫଳ ଚାଷୀଭାବେ ଗରାପୁରର ପର୍ବିନ୍ ବାନୁ, ଯଜାଙ୍ଗର ସୂର୍ଯ୍ୟମଣୀ ବେହେରା, ପୁରୁଷୋତମପୁରର ଅକ୍ଷୟ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଛାତ୍ର ଛାତ୍ରୀଙ୍କୁ ଚାରା ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଡେରାବିଶ ବ୍ଲକ ଚେୟାରମ୍ୟାନ୍ ସରୋଜ ସାହୁ ଅଧ୍ୟକ୍ଷତା କରିଥିବାବେଳେ ପ୍ରଫେସର ବିଜୟ କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ. ସୂର୍ଯ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
I could not resist commenting. Perfectly written! Ahaa, its good dialogue about this article
at this place at this website, I have read all that, so now me also commenting here.
I have been surfing online more than 3 hours today, yet I never found any interesting article like yours.
It’s pretty worth enough for me. In my view,
if all webmasters and bloggers made good content
as you did, the internet will be a lot more useful than ever before.
http://newground.com/
thank you. if possible try to make a payment like paper rate to increased our team and our efforts