ସେନାରେ ନିୟମିତ ସ୍ଥାୟୀ ନିଯୁକ୍ତି ହଟାଇ,ଚାରି ବର୍ଷିଆ ଠିକା ପ୍ରଥା ଯୋଜନା ଅଗ୍ନିପଥ କୁ ବିରୋଧ କରିଛି ସି ପି ଆଇ ଏମ. ଚାରି ବର୍ଷ ପରେ ତିନି ଚତୁର୍ଥାଂଶ ଯୁବକ ଚାକିରୀ ହରେଇବେ | ସେମାନଙ୍କୁ ବିଭିର୍ଣ୍ଣ ସଂସ୍ଥା ରେ ଚାକିରୀ ଦେବା ମିଛ ପ୍ରହେଳିକା ଯେଉଁ ଯବାନ ମାନେ ସେନା ରୁ ସେବା ନିବୃତ ହୋଇ ଆସିଛନ୍ତି ସେମାନଙ୍କ ମଧ୍ୟରୁ ଆଜିବି ବହୁ ଯବାନ ବେକାର ହୋଇ ବସିଛନ୍ତି ସରକାର ସେମାନଙ୍କୁ ନିଯୁକ୍ତି ଦେଇନି| ଏବେ ବେକାର ପିଲାଙ୍କୁ ଦରମା, ଋଣ, ପଚିଶ ଭାଗ କୁ ଚାକିରୀ ଦେବା କଥା କହି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚକ୍ରାନ୍ତ କରୁଛି କେନ୍ଦ୍ରର ମୋଦୀ ସରକାର ତାର ପରିଣତି ଭୟାବହ ହେବ |ପ୍ରତିରକ୍ଷାରେ ବଜେଟ କମାଇ 72ବର୍ଷରେ ମୋଦୀ ଦେଶ ସେବା କରିବାକୁ ଯୋଗ୍ୟ କିନ୍ତୁ 22ବର୍ଷ ରେ ଅଗ୍ନିବିର ସେବାନିବୃତ୍ତ ହେବ ସେନା ରେ ଠିକା ନିଯୁକ୍ତି ଦେଶ ର ସୁରକ୍ଷା ଓ ସାର୍ଵ ଭୌମତ୍ତ୍ୱ କୁ ବିପଦ | ତୁରନ୍ତ ଠିକା ପ୍ରଥା ଯୋଜନା ଅଗ୍ନିପଥ ପ୍ରତ୍ୟାହାର କରି ଅଗ୍ନିବୀର ମାନଙ୍କୁ ସ୍ଥାଇ ନିଯୁକ୍ତି ଦିଅ, ଦେଶ ରୁ ଠିକା ଚାକିରୀ ପ୍ରଥା ଉଠାଇ ଖାଲି ପଡ଼ିଥିବା ପଦବୀ ରେ ସ୍ଥାୟୀ ନିଯୁକ୍ତି, ଗୋଟିଏ ରଂ୍ୟାଙ୍କ , ଗୋଟିଏ ପେନସନ, ନୀତି ପ୍ରତିରକ୍ଷା ବିଭାଗ ରେ ଲାଗୁରେ ସି ପି ଆଇ ଏମ ଆଜି ଜିଲ୍ଲାପାଳ ଅଫିସରେ ବିକ୍ଷୋଭ ପ୍ରତିବାଦ ସଭା କରିଛି | ଦୁଇ ବର୍ଷ ତଳେ ଲକ୍ଷ ଲକ୍ଷ ପିଲା ସେନା ପାଇଁ ପରୀକ୍ଷା ଦେଇ ନିଯୁକ୍ତି ଅପେକ୍ଷା ରେ ଥିଲା ବେଳେ ମୋଦୀ ସେମାନଙ୍କ ସ୍ବପ୍ନ କୁ ଧୂଳିସାତ କରି ସ୍ଥାଇ ନିଯୁକ୍ତି କୁ ହଠାତ ଉଠାଇ ଦେବା ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଉଚି ତୁରନ୍ତ ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରିବାକୁ ରାଷ୍ଟ୍ରପତିଙ୍କୁ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଦାବୀ ପତ୍ର ଦିଆଯାଇଛି | ଏଥିରେ ଶରତ କୁମାର ରାୟଗୁରୁ, ମନୋରଞ୍ଜନ ମହାରଣା,ଗୋବିନ୍ଦ ନାୟକ, ବିଜୟ ଦାସ, ପୂର୍ଣ୍ଣ ମୁଦୁଲି, ରଂଜିତ ନାୟକ,ଜ୍ୟୋତି ପ୍ରକାଶ ନାୟକ,ସୁଶାନ୍ତ ମହାରଣା, ହିମାଂଶୁ ଜେନା, ମାନସ ରଞ୍ଜନ ଦଳବେହେରା, ପ୍ରଶାନ୍ତ ମହାନ୍ତି, ପୂର୍ଣ୍ଣ ମୁଦୁଲି ପ୍ରମୁଖ ବକ୍ତବ୍ୟ ଦେଇଥିଲେ |
Related Stories
November 23, 2024