ମଙ୍ଗଳବାର ସକାଳ ୮ ରେ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି) ପକ୍ଷରୁ ବିଶ୍ଵ ଯୋଗ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଜାତା ମିଶ୍ର ଅଧ୍ୟକ୍ଷତା କରି ପ୍ରତ୍ୟକ ଦିନ ଯୋଗ କରି ନିଜକୁ ସୁସ୍ଥ,ସବଳ ଓ ନିରୋଗ ରହିବାକୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ତଥା ଯୁବବର୍ଗଙ୍କୁ ଆହ୍ଵାନ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଏନ୍.ସି.ସି ଅଧିକାରୀ ଲେପଟନାଣ୍ଟ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟ ଏହି କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରି ଯୋଗକୁ ଆଜିର ଛାତ୍ର ସମାଜ ଆଦରି ନେବାକୁ ପରାମର୍ଶ ଦେଇଥିଲେ l
କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଡାଃ ଆଲୋକ କୁମାର ସ୍ୱାଇଁ ଯୋଗଦେଇ ଯୋଗ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ନିଜର ଦୈନିକ ଜୀବନରେ ପ୍ରତିଦିନ ଅତି କମରେ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ନିୟମିତ ଯୋଗାଭ୍ୟାସ ପାଇଁ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ଡାଃ ସ୍ୱାଇଁ ଯୋଗର ବିଭିନ୍ନ ଆସନ ବିଷୟରେ ଆଲୋକପାତ କରିବା ସହ ଯୋଗ କରିବା ଦ୍ୱାରା ଶରୀରରେ କିପରି ରୋଗ ପ୍ରତିଷେଧକ ଶକ୍ତି ବଢ଼ିଥାଏ ତାହା ଉପରେ ଆଲୋଚନା କରିଥିଲେ l ଡାଃ ସ୍ୱାଇଁ ଓ ତାଙ୍କ ସହଯୋଗୀ ଅନେକ ଯୋଗାସନ ସିଧାସଳଖ ଛାତ୍ରଛାତ୍ରୀମାନଙ୍କୁ ଶିଖାଇ ଥିଲେ ଏବଂ ଛାତ୍ରଛାତ୍ରୀମାନେ ଏହାକୁ ଅଭ୍ୟାସ କରିଥିଲେ l ଏହି ଅବସରରେ ଯୋଗ ଶିକ୍ଷାରେ ଅବଦାନ ପାଇଁ ଯୋଗ ପ୍ରଶିକ୍ଷକ ଡାଃ ସ୍ୱାଇଁ ଙ୍କୁ ସନ୍ନମାନିତ କରାଯାଇଥିଲା l
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନେକ ଏନ୍ ସି ସି କ୍ୟାଡେଟ ସମେତ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ବହୁସଂଖ୍ୟାରେ ଯୋଗଦେଇଥିଲେ।
Related Stories
November 23, 2024