ବଲାଙ୍ଗିର, ଶିଶୁମାନେ ହେଲେ ଭବିଷ୍ୟତର ନିର୍ମାତା ଏଣୁ ଶିଶୁ ମାନଙ୍କ ଶିକ୍ଷାର ଅଧିକାର, ସୁରକ୍ଷାର ଅଧିକାର, ସମାନତାର ଅଧିକାର ବଢିବାର ଅଧିକାର ଓ ସ୍ଵାଧୀନତାର ଅଧିକାର ଦେବା ସମାଜର ଉତ୍ତର ଦାୟିତ୍ଵ ଅଟେ ବୋଲି ଭୂମିକା ଦ୍ଵାରା ଆୟୋଜିତ ମାସିକ ବିଚାର ଆଲୋଚନାଚକ୍ରରେ ମୂଖ୍ୟ ଆଲୋଚକ ଜଗଦା ନନ୍ଦ ଛୁରିଆ ପ୍ରକାଶ କରିଥିଲେ । ସ୍ଥାନୀୟ ଲ କଲେଜ ଠାରେ ଗତକାଲି ସନ୍ଧ୍ୟା ରେ ଅନୁଷ୍ଠିତ” ଶିଶୁର ସ୍ବପ୍ନ ଓ ଆଗାମୀ ଆଶା ” ବିଷୟ ବସ୍ତୁ ଉପରେ ସେ ବକ୍ତବ୍ୟ ରଖିଥିଲେ । ମାସିକ ବିଚାର ଆଲୋଚନା ଦାୟିତ୍ଵରେ ଥିବା ଭୂମିକାର ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ଦାସ ସ୍ବାଗତ ଭାଷଣ ଦେଇ ବିଷୟ ବସ୍ତୁ ଉପରେ କହିଥିଲେ।
ଏହି ଆଲୋଚନାରେ ସାମ୍ବାଦିକ ଅଖିଳ ହୋତା, ଶ୍ରୀକର ମିଶ୍ର, ସନାତନ ଠାକୁର ନିଜସ୍ଵ ମତ ଦେଇଥିଲେ। ଶେଷରେ ଶ୍ରୀ ହୋତା ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ମାସର ତୃତୀୟ ଶନିବାର ଦିନ ପୁଣି ନୂଆ ବିଷୟ ବସ୍ତୁ ନେଇ ନୂଆ ଜଣେ ବକ୍ତା ସହ ଆମେ ଭେଟିବୁ ବୋଲି କହିଥିଲେ।