
ଗଞ୍ଜାମ, ଗଞ୍ଜାମ ଜିଲା ଛତ୍ରପୁର ଜିଲାପାଳଙ୍କ ଦପ୍ତର ସମ୍ମୁଖରେ ଥିବା ରେକର୍ଡ ରୁମରୁ ଆବେଦନକାରୀମାନେ ନଥିପତ୍ରର କପି ବାହାର କରିବାକୁ ଯାଇ ହଟହଟାର ସମ୍ମୁଖିନ ହେଉଥିବା ଜଣାପଡିଛି। ଗତ ମାସ ୧୭ ତାରିଖରେ ଦୁଇଜଣ ବ୍ଯକ୍ତି ଦୁଇଟି ଅନୁଷ୍ଠାନର, ବାଇଲା ଓ ରେଜିଷ୍ଟ୍ରେସନ କପି ପାଇଁ ବିଧିବଦ୍ଧ ଫର୍ମପୂରଣ କରି ଫିସ ଦାଖଲ କରିଥିଲେ ମଧ୍ଧଏବଂଏକ ମାସ ସମୟ ବିତିଯାଇଥିବା ସତ୍ବେ ଆବେଦନକାରୀମାନଙ୍କୁ ସେମାନଙ୍କ କପି ଦିଆନଯାଇ, ବାରମ୍ବାର ଅଫିସକୁ ଦୌଡାଇ ଅଯଥା ଖର୍ଚାନ୍ତ କରାଉଥିବା ଅଭିଯୋଗ ହେଉଛି। ଏ ଧରଣର ବହୁ ଆବେଦନକାରୀ ହଇରାଣ ଓ ହଟହଟାର ସମ୍ମୁଖୀନ ହେଉଛନ୍ତି।ଏହାର ମୂଳରେ ମନ୍ଦ ଉଦ୍ଦେଶ୍ଯ ଥିବା ଜଣାପଡିଛି।ଘଟଣା ସଂପର୍କରେ ଗଂଜାମ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।