
-
ଜି-୭ ଶିଖର ସମ୍ମିଳନୀରେ ହେବେ ସାମିଲ, ୟୁଏଇ ଗସ୍ତରେ ମଧ୍ୟ ଯିବେ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିବସୀୟ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଜର୍ମାନୀରେ ପହଂଚିଛନ୍ତି । ମ୍ୟୁନିଖରେ ତାଙ୍କର ଭବ୍ୟ ସ୍ୱାଗତ କରା ଯାଇଛି । ଜର୍ମାନୀ ଓ ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ୧୨ରୁ ଅଧିକ ବିଶ୍ୱ ନେତା ମାନଙ୍କ ସହ ଆଲୋଚନା କରିବେ । ଏହି ଗସ୍ତରେ ସେ ୧୫ରୁ ଅଧିକ କାର୍ଯ୍ୟକ୍ରମରେ ସାମିଲ ହେବେ ।
ପ୍ରଧାନମନ୍ତ୍ରୀ ମ୍ୟୁନିଖ ଠାରେ ପ୍ରବାସୀ ଭାରତୀୟ ମାନଙ୍କ ଏକ ବଡ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ । ପ୍ରଧାନମନ୍ତ୍ରୀ ଜୁନ ୨୮ ତାରିଖ ଦିନ ୟୁଏଇର ପୂର୍ବତନ ରାଷ୍ଟ୍ର ମୁଖ୍ୟ ଶେଖ ଖଲିଫା ବିନ ଜାୟଦ ଅଲ ନାହୟାନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବାକୁ ମଧ୍ୟ ଯିବେ ।