ଘସିପୁରା, ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିିକିତ୍ସାଳୟରେ ଅଧିକାରୀଙ୍କ ମନମାନୀ ଯୋଗୁ ଜଣେ ଡାକ୍ତର ନ୍ଯାର୍ଯ୍ୟ ଅଧିକାର ପାଇବାରୁ ବଞ୍ଚିତ ହୋଇ ହନ୍ତସନ୍ତ ହେଉଥିବା ଜଣାପଡ଼ିଛି । ସୂଚନାରୁ ଜଣାଯାଏ, ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିିକିତ୍ସାଳୟରେ ସଞ୍ଜିବ କୁମାର ମହାପାତ୍ର ନାମକ ଜଣେ ଡାକ୍ତର ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବାବେଳେ ଶାରିରୀକ ଅସୁସ୍ଥତା କାରଣରୁ ଗତ ୨୬।୫ ରୁ ଛୁଟି ଦରଖାସ୍ତ ଦେଇ ୨୮।୫ ତାରିଖଠାରୁ ଛୁଟିରେ ରହିଥିଲେ । ଗତ ୨୨।୬ ରିଖ ଦିନ ଡାକ୍ତର ସଞ୍ଜିବ କୁମାର ମହାପାତ୍ର କାର୍ଯ୍ୟରେ ଯୋଗଦେବା ପାଇଁ ଆନନ୍ଦପୁର ଉପଖଣ୍ଡ ଚିିକିତ୍ସାଧିକାରୀଙ୍କ ନିକଟରେ ଦରଖାସ୍ତ ଦେଇଥିବା ବେଳେ ଉକ୍ତ ଦରଖାସ୍ତକୁ ଗ୍ରହଣ ନକରି ଫେରାଇ ଦେଇଥିଲେ । ଏଥିରେ ଡାକ୍ତର ସଞ୍ଜିବ କୁମାର ମହାପାତ୍ର ମାନସିକ ଅଶାନ୍ତି ହେବା ସହିତ ଆନନ୍ଦପୁର ଉପଖଣ୍ଡ ଚିିକିତ୍ସାଧିକାରୀଙ୍କ ନିକଟକୁ ଏହାକୁ ଡାକ ଯୋଗୁ ପ୍ରେରଣ କରିବା ସହିତ ଏ ସଂପର୍କରେ କେନ୍ଦୁଝର ମୂଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇଛନ୍ତି । ଏ ସଂପର୍କରେ ଆନନ୍ଦପୁର ଉପଖଣ୍ଡ ଚିିକିତ୍ସାଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଆପଣ ଏ ସଂପର୍କରେ କିଛି ଜାଣିନାହାନ୍ତି ବୋଲି ସେ କହିଛନ୍ତି। ଏପରି ସ୍ଥିତିରେ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ହସ୍ତକ୍ଷେପ ଦରକାର ବୋଲି ବୁଦ୍ଧିଜିବୀ ଦାବୀ କରିଛନ୍ତି ।
Related Stories
November 22, 2024