
ବାଲେଶ୍ଵର, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସିଏସଓ ଆଂଟି ସ୍କଗଲିଂ ଗାର୍ଡ ଜନାର୍ଦ୍ଦନ ପଲେଇଙ୍କ ଘରେ ଆଜି ଚଢ଼ଉ କରିଛି ଭିଜିଲାନ୍ସ । ତାଙ୍କ ଜଳେଶ୍ଵର ସ୍ଥିତ କାର୍ଯ୍ୟାଳୟ, ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ହୋଇଛି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।