ନୂଆପଡ଼ା, ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବାପା ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଛି । ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ଫୋକଟପଡାରେ ଆଜି ସକାଳେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ପୁଅର ନାମ ଶୋଭିତ ରାଉତ ଓ ତାଙ୍କ ବାପାଙ୍କ ନାମ ନକୁଳ ରାଉତ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ନୂଆପଡା ଏସଡିପିଓ, ଧରମବନ୍ଧା ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ବାପାପୁଅଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।
ପାରିବାରିକ କଳହକୁ କେନ୍ଦ୍ର କରି ପୁଅକୁ ବାପା ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ପୁଅ ମୃତ୍ୟୁକୁ ନେଇ ଘରେ କାନ୍ଦବୋବାଳି ବେଳେ ନକୁଳ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।