
ନୂଆପଡ଼ା, ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଡ଼ମଝର ଗ୍ରାମର ହାଇସ୍କୁଲ ଠାରେ ନିର୍ମାଣ ସରିଛି ମିନି ଷ୍ଟାଡିୟମର ଗ୍ୟାଲେରି କାମ। ଏହି ଗ୍ୟାଲେରି ନିର୍ମାଣର ଅଳ୍ପ ଦିନ ମଧ୍ୟରେ ଦିଆଯାଇଥିବା କଂକ୍ରିଟ ବାଡ ଭାଙ୍ଗି ଧୂଳିସାତ ହୋଇଛି। ଖଡ଼ିଆଳ ନିଵାସୀ ରଘୁନନ୍ଦନ ଅଗ୍ରୱାଲ ଠିକାଦାର କାମ କରିଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ସରକାରୀ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଯାଇଥିଲେ ମଧ୍ୟ କାର୍ଯ୍ୟସ୍ଥାନରେ ନାମ ଫଳକ ନଥିବା ବେଳେ ନିମ୍ନ ମାନର କାମ ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହାଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ଧୂଳିସାତ ହେବା ସହ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା କାରଣରୁ ଲକ୍ଷର ବହୁ ଦୂରରେ ବିକାଶ ମୂଳକ କାର୍ଯ୍ୟ। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଠିକାଦାର ବିଭାଗୀୟ ଯନ୍ତ୍ରୀ, ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି। ନେତା ଠରୁ ଆରମ୍ଭ କରି ଅଧିକାରୀ ସମସ୍ତେ ପିସିରେ ବ୍ୟସ୍ତ। ଏପରି ସ୍ଥିତିରେ କିପରି ହେବ ସରକାରୀ କାର୍ଯ୍ୟ ତାହା ସହଜେ ଅନୁମେୟ।