ଜଟଣୀ – ଭାରତ ସରକାରଙ୍କ ୧୦୦ ଦିନିଆ ଯୋଜନା ଅନ୍ତର୍ଗତ ରେଳବାଇକୁ ଘରୋଇ କରଣ ଓ ନିଗମୀକରଣ ବିରୋଧରେ ସର୍ବ ଭାରତୀୟ ରେଳ ଚାଳକ ସଂଘର ଖୋର୍ଦ୍ଧା ମଣ୍ଡଳ ସ୍ତରୀୟ ବୈଠକ ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳା ଠାରେ ଅନୁÂିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସିପିଆଇଏମ୍ ନେତା ଜନାର୍ଦ୍ଧନ ପତି ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ଶ୍ରମିକ ମାରଣାନୀତିକୁ ବିରୋଧ କରି କହିଥିଲେ ଯେ, ରେଳବାଇ ଲାଭଜନକ ସ୍ଥିତିରେ ଥିବାବେଳେ ରେଳବାଇକୁ ଚକ୍ରାନ୍ତ କରି ଘରୋଇକରଣ କରାଯାଉଛି । ଟ୍ରେନ୍ ଚାଳକ ଓ ସହ ଚାଳକଙ୍କ ପାଇଁ ନିର୍ଦ୍ଧାରିତ ୧୯୮୦ ନିୟମାନୁସାରେ ମାଇଲେଜ ଭତା ଲାଗୁ କରିବା, ଦୈନିକ ୮ ଘଂଟା କାର୍ଯ୍ୟ ନିର୍ଦ୍ଧାରଣ କରିବା, ସପ୍ତାହରେ ୪୬ ଘଂଟା ବିଶ୍ରାମ ବ୍ୟବସ୍ଥା କରିବା, ପୁରୁଣା ପେନସନ ଯୋଜନା ଲାଗୁ କରିବା, ଖାଲିଥିବା ପଦବୀଗୁଡ଼ିକୁ ପୁରଣ କରିବା, ଅବସରପ୍ରାପ୍ତ ରେଳ ଚାଳକମାନଙ୍କ ପେନସନ୍ରେ ଥିବା ଅସମାନତା ଦୂର କରିବା, ସ୍ଥାନାନ୍ତରଣରେ ନିର୍ଦ୍ଧିଷ୍ଟ ନିୟମ ଲାଗୁକରିବା ଆଦି ଦାବିରେ ସରକାରଙ୍କ ଉପରେ ବର୍ଷିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରେଳଚାଳକ ସଂଘ ଖୋର୍ଦ୍ଧାରୋଡ଼ ମଣ୍ଡଳ ସଚିବ ଜୟପ୍ରକାଶ ଦଣ୍ଡପାଟ, ମଣ୍ଡଳ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପଟ୍ଟନାୟକ, କେନ୍ଦ୍ରୀୟ କାର୍ଯ୍ୟକାରୀ ସଦସ୍ୟ ଅଞ୍ଜନ ସାହୁ, ଖୋର୍ଦ୍ଧା ଶାଖା ସଚିବ ରାକେଶ କୁମାର ମହାନ୍ତି, ବାନାମ୍ବର ସାହୁ, ପ୍ରଦୀପ୍ତ ମହାନ୍ତି, ପ୍ରଫୁଲ କୁମାର ଦାସ, ବିଶ୍ୱଜିତ ପୋଥାଳ, ଧନଞ୍ଜୟ ବେହେରା, କେଏସ ରାଓ, ଏସପି ପ୍ରଧାନ, କୁଞ୍ଜବିହାରୀ ପ୍ରଧାନ, ନିରଞ୍ଜନ ବେହେରା, ସାରଙ୍ଗଧର ବେହେରା ପ୍ରଭୃତି ଯୋଗ ଦେଇଥିଲେ । ଏଥିରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ବିଭିନ୍ନ ଶାଖାର ରେଳ ଚାଳକ ଓ ସହ ଚାଳକମାନେ ଅଂଶଗ୍ରହଣ କରିଥିଲେ । ଭାରତ ସରକାର ଯଦି ରେଳବିଭାଗର ଘରୋଇ କରଣ ନୀତି ବନ୍ଦ ନକରନ୍ତି, ତେବେ ଆଗାମୀ ଦିନରେ ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି କହିଥିଲେ ।
Related Stories
November 30, 2024