ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଚତୁର୍ଦ୍ଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଆଜି ଠାର ଅ ଚୀନ୍ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରାଯିବ । ସମ୍ମିଳନୀ ଅବସରରେ ଜୁନ ୨୪ ତାରିଖରେ ଅତିଥି ରାଷ୍ଟ୍ରମାନଙ୍କୁ ନେଇ ବିଶ୍ୱ ଘଟଣାକ୍ରମ ଉପରେ ଏକ ଉଚ୍ଚସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ ।
ସବୁ ବିକାଶଶୀଳ ରାଷ୍ଟ୍ରର ଆପୋସ ସମସ୍ୟା ଆଧାରିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ବ୍ରିକ୍ସ ଏକ ମଂଚ ଭାବେ କାର୍ଯ୍ୟ କରି ଆସୁଛି । ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ଆଣିବା ନିମନ୍ତେ ବ୍ରିକ୍ସ ରାଷ୍ଟ୍ରମାନେ ନିୟମିତ ଭାବେ ଆହ୍ୱାନ କରି ଆସୁଛନ୍ତି, ଯାହାଫଳରେ ଏହି ବ୍ୟବସ୍ଥା ଅଧିକ ପ୍ରତିନିଧିମୂଳକ ଓ ସମାବେଶୀ ହୋଇପାରିବ ।