
ଗଞ୍ଜାମ, ଗରିବ, ବିଧବା, ରୁଗ୍ଣ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଅର୍ନ୍ତୋଦୟ ଅନ୍ନ ଯୋଜନା (ଏଏୱାଇ) ଉଦ୍ଦିଷ୍ଟ । ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) କମିଶନରଙ୍କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଛନ୍ତି । ବିଇଏମସି ଅଂଚଳରେ ରହୁଥିବା ଅନେକ ହିତାଧିକାରୀ ସେମାନଙ୍କୁ ଏ.ଏ.ୱାଇ. ଯୋଜନାରେ ସାମିଲ୍ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି । ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଏନେଇ ଅଭିଯୋଗ କରିବା ସହ ଏ.ଏ.ୱାଇ. ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଦାବି ଉପସ୍ଥାପନ କରିଛନ୍ତି । ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍ କରାଇବା ପୌରପାଳିକାର କ୍ଷମତା ପରିସରଭୁକ୍ତ ହୋଇଥିବାରୁ ବିଇଏମସି ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।