ଭୁବନେଶ୍ୱର – ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଚୌଧୁରୀଙ୍କୁ କଟକ ସ୍ୱତନ୍ତ୍ର ନ୍ୟାୟାଧୀଶ(ଦୁର୍ନୀତି ନିବାରଣ)ଙ୍କ ପକ୍ଷରୁ ଅର୍ଥ ଆତ୍ମସାତ ଅଭିଯୋଗରେ ଉଭୟ ଜେଲ୍ ଏବଂ ଆର୍ଥôକ ଜୋରିମାନାରେ ଦଣ୍ଡିତ କରାଯାଇଛି । ଦୁର୍ନୀତି ବିରୁଦ୍ଧରେ ଦଣ୍ଡାଦେଶ ଶୁଣାଣୀ ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଜଳସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ତାଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରାଯାଇଛି । ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ଅଭିଯାନ ଏବଂ ଏ ଦିଗରେ ଥିବା ଶୂନ ସହନଶୀଳତା ଆଭିମୁଖ୍ୟ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଶ୍ରୀ ଚୌଧୁରୀ ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଷ୍ଟାଇପେଣ୍ଡାରୀ ଇଞ୍ଜିନିୟର ଭାବେ ନିଯୁକ୍ତ ଥିଲେ । ତାଙ୍କ ନାମରେ ସାଂସଦ ପାଣ୍ଠି ବିନିଯୋଗରେ ନିର୍ମିତ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ ୧୦,୧୯୭ ଟଙ୍କାର ମିଥ୍ୟା ବିଲ୍ ପ୍ରସ୍ତୁତ ଅଭିଯୋଗ ଥିଲା । ଏହି ଅଭିଯୋଗର ଶୁଣାଣୀ କରି ସ୍ୱତନ୍ତ୍ର ନ୍ୟାୟାଧୀଶ(ଦୁର୍ନୀତି ନିବାରଣ) ତାଙ୍କୁ ଦଣ୍ଡିତ କରିଛନ୍ତି ।