ଗଞ୍ଜାମ, ସାମାନ୍ୟ ବର୍ଷାରେ ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଉଚ୍ଚତାରେ ପାଣି । ଏ ଚିତ୍ର ହେଉଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ବୁରୁପଡା ଗ୍ରାମପଚାଂୟତ ଅନ୍ତର୍ଗତ ଶ୍ୟାମଳାଇ ଛକର । ଏହି ସମସ୍ୟାର ସମାଧାନ ପାଇଁ ଦୀର୍ଘ ଦିନ ଧରି ସାଧାରଣରେ ଦାବି ହୋଇ ଆସୁଥିଲେ ସୁଦ୍ଧା କିଛି ଅସାଧୁ ଲୋକ ଡ୍ରେନ୍ କାର୍ଯ୍ୟାଦେଶକୁ ବନ୍ଦ କରିବା ନିମନ୍ତେ ଯୋଜନା କରିଛନ୍ତି । ଯାହାଫଳରେ ସାମାନ୍ୟ ବର୍ଷା ହେଲେ ଶ୍ୟାମଳାଇ ଛକରେ ଆଣ୍ଠୁଏ ଉଚ୍ଚତାରେ ବର୍ଷା ପାଣି ଜମି ରହୁଛି । ଯାତାୟାତ କ୍ଷେତ୍ରରେ ସ୍ଥାନୀୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବା ଓ ଲୋକେ କୌଣସି ଜରୁରୀ କାମରେ ଯିବା ବେଳେ ଏହି ପାଣି ପଶିରେ ଯିବାକୁ ପଡୁଛି । ଏହାଦ୍ଵାରା ଚର୍ମରୋଗର ଆଶଙ୍କା ମଧ୍ୟ ରହିଛି । ତେଣୁ ତୁରନ୍ତ ଏଠାରେ ପୋତି ହୋଇପଡିଥିବା ଡ୍ରେନ୍ ଗୁଡିକୁ ସଫେଇ କରାଯିବା ସହ ଏହାକୁ ବର୍ଷାଜଳ ନିଷ୍କାସନ ଯୋଗ୍ୟ କରିବାକୁ ସାଧାରଣରେ ଦାବି ହେଉଛି ।
Related Stories
November 23, 2024