ବଲାଙ୍ଗିର, ଆଜି ୧୯୭୭ ପୃଥ୍ଵୀରାଜ ହାଇସ୍କୁଲ ମେଟ୍ରିକ୍ ବ୍ୟାଚ ର ପୁରାତନ ଛାତ୍ର ମାନେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ୍ କରି ଜିଲ୍ଲାର ବିଭିନ୍ନ ସମସ୍ୟା ଉତଥାପନ କରି ଜନସାଧାରଣଙ୍କ ସ୍ଵାର୍ଥ ଦୃଷ୍ଟିରୁ ଏହାର ସମାଧାନ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ବଲାଙ୍ଗିର ମନୋହରପୁର ପୋଲିସ ହସ୍ପିଟାଲର ପୁନରୁଦ୍ଧାର ପାଇଁ ଆବଶ୍ୟକ ଜରୁରୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ପୁଣି ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଯୋଗୁଁ ସାଧାରଣ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏଣୁ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସ୍ଵାଭାବିକ କରିନା ଦିଗରେ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ କରିବା, ଜିଲ୍ଲାର ବିଭିନ୍ନ ସାମାଜିକ ସମସ୍ୟା ଓ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ୧୯୭୭ ପି. ଆର୍. ହାଇସ୍କୁଲ ମେଟ୍ରିକ୍ ବ୍ୟାଚ। ସହରର ସମସ୍ତ ଟ୍ରାଫିକ୍ ପୋଷ୍ଟ ଗୁଡିକରେ ସିସି ଟିଭି ସଂଯୋଗ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ରାଣାଙ୍କୁ ଅନୁରୋଧ କରାଯାଇଥିବା ବେଳେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ସହରର ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଅନୁରୋଧ କରିଛନ୍ତି।
୧୯୭୭ ପି. ଆର୍ ହାଇସ୍କୁଲ ମେଟ୍ରିକ୍ ବ୍ୟାଚର ସଭାପତି ରତନ କୁମାର ମହାରଣାଙ୍କ ନେତୃତ୍ଵରେ ବ୍ୟାଚ ର ବହୁ ପୁରାତନ ଛାତ୍ର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଥିଲେ।