ଗଞ୍ଜାମ, ବ୍ରହ୍ମପୁର ହାଉସିଂ ବୋର୍ଡ ଛକରେ ନୋ ଏଂଟ୍ରି ସମୟରେ ଭାରିଯାନ ପ୍ରବେଶ ଏକ ନୀତିଦିନିଆ ଘଟଣା ପାଲଟି ଯାଇଛି । ଫଳରେ ରାସ୍ତାରେ ଯାନବହନର ଲମ୍ବା ଧାଡି ଲାଗି ରହୁଛି । ନିକଟରେ ବହୁ ଶିକ୍ଷାନୁଷ୍ଠାନ ରହିଥିବା ହେତୁ ଛାତ୍ରଛାତ୍ରୀ ଠିକ ସମୟରେ ନିଜ ଶିକ୍ଷାନୁଷ୍ଠାନ ପହଂଚିବାରେ ସମ୍ଭବ ହେଉନାହିଁ । ଫଳରେ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି । ସେହିଭଳି ରାସ୍ତା କାମ ଅଧ ପନ୍ତରିଆ ସ୍ଥିତିରେ ରହିଥିବା ହେତୁ ଭିଡ଼ ଦ୍ଵିଗୁଣିତ ହୋଇଯାଉଛି । ଏଥିପାଇଁ ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ତୁରନ୍ତ ବ୍ରହ୍ମପୁର ମହାନଗର ନିଗମ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।
Related Stories
November 23, 2024