ପୁରୀ,ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିବା ପରେ ଶ୍ରୀଜୀଉମାନେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି । ଅଣସର ପିଣ୍ଡିରେ ଦଇତାପତି ସେବକ ମାନେ ଗୁପ୍ତ ସେବା ଜାରୀ ରଖିଛନ୍ତି । ସ୍ନାନଜନିତ ଶରୀର ପୀଡ଼ା ଲାଘବ ପାଇଁ ଇତିମଧ୍ୟରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହୋଇଛି । ପ୍ରଭୁ ସୁସ୍ଥ ହେବା ପରେ ଆସନ୍ତା ୨୯ ତାରିଖରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ । ଜୁଲାଇ ୧ ତାରିଖ ଶ୍ରୀଗୁଣ୍ଡିଚା ରଥଯାତ୍ରା । ଶ୍ରୀଜୀଉମାନେ ଜ୍ଵରରେ ପୀଡ଼ିତ ଥିବା ସମୟରେ କାକଟପୁର ଅଂଚଳର ବିଭିନ୍ନ ମଠ ଓ ଭକ୍ତଙ୍କ ପକ୍ଷରୁ ଫଳଭାର ପଠାଯିବାର ପରମ୍ପରା ରହିଛି । ଏହାକୁ ଆଧାର କରି ଚଳିତ ବର୍ଷ ମଧ୍ୟ ଅନୁରୂପ ଅଣସର ଫଳଭାର ଶ୍ରୀକ୍ଷେତ୍ର ପଠାଯାଇଛି । ପ୍ରଭୁଙ୍କ ନାମ ସଂକୀର୍ତନ ସହ ସ୍ବତନ୍ତ୍ର ଗାଡି ଯୋଗେ ଏହାକୁ ଶ୍ରୀକ୍ଷେତ୍ର ପଠାଯାଇଛି ।
Related Stories
November 22, 2024