
-
ଶତାଧିକ ଆକ୍ରାନ୍ତ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବିଭିନ୍ନ ପଚାଂୟତରେ ଝାଡ଼ାବାନ୍ତି ରୋଗର ପ୍ରକୋପ ଦେଖାଦେଇଛି । ଗତ ୨ ଦିନ ମଧ୍ୟରେ ନରେନ୍ଦ୍ରପୁର ପଚାଂୟତର ରାମଚନ୍ଦ୍ରପୁର, ପିତଳ ପଚାଂୟତ ଏବଂ ବ୍ରାହ୍ମଣଛାଇ ପଚାଂୟତରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଶତାଧିକ ବ୍ୟକ୍ତି ହିଞ୍ଜିଳିକାଟୁ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଘରୋଇ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି । ତେବେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଅଂଚଳରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଟିମ୍ ପହଂଚି ନଥିବା ଜଣାପଡିଛି । ତୁରନ୍ତ ସ୍ଵାସ୍ଥ୍ୟ ବିଭାଗର ଟିମ୍ ସେଠାରେ ପହଂଚି ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ସହ ଜଳ ବିଶୋଧନ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।