
ଗଞ୍ଜାମ, ମଦ ବ୍ୟବସାୟୀ ବୁବୁ ପଣ୍ଡା ହତ୍ୟା ଘଟଣାରେ ଅଭିଯୁକ୍ତ୧୧ଜଣଙ୍କୁ ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ନିର୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ମାନଙ୍କ ପକ୍ଷରୁ ଆଇନଜୀବୀ କୈଳାସ ପଣ୍ଡା, ଶିଶିର ପାଢ଼ୀ, ରାମ କୁମାର, କୃଷ୍ଣ ପଟ୍ଟନାୟକ ଏବଂ ପ୍ରଦୀପ ପଟ୍ଟନାୟକ ମୋକଦ୍ଦମା ପରିଚାଳନା କରୁଥିଲେ ।
ପ୍ରକାଶ ଥାଉ କି, ମଦ ବ୍ୟବସାୟୀ ବୁବୁ ପଣ୍ଡାଙ୍କୁ ୨୦୧୪ରେ କନିସି ଛକରେ ପ୍ରାତଃ ଭ୍ରମଣ ବେଳେ ହତ୍ୟା କରାଯାଇଥିଲା ।