ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ବୋରଡ଼ା ଫାଣ୍ଡି ଅଞ୍ଚଳ ବୋରଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ଜଗଦମ୍ବା ମେଡିସିନ ଷ୍ଟୋରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ଗତକାଲି ମେଡିସିନ ଷ୍ଟୋରର ମାଲିକ ସନ୍ତୋଷ ଅଗ୍ରୱାଲ କାମ ସାରି ରାତି ପ୍ରାୟ ୯ଟା.୧୦ ମିନିଟରେ ଦୋକାନ ତାଲା ଦେଇ ଘରକୁ ଯାଇଥିଲେ, ଆଜି ସକାଳ ପ୍ରାୟ ୭ଟା.୩୦ ମିନିଟରେ ଦୋକାନ ଖୋଲିବାକୁ ଆସିଥିଲେ। ଦୋକାନ ଖୋଲିବାରୁ ଦେଖିଲେ ଯେ ପଛପଟ ସଟରକୁ ଖୋଲାଯାଇଛି, ଏହା ପରେ ଦେଖିଲେ ଯେ ରେଂକ ରେ ଥିବା ପ୍ରାୟ, ୬୭ ହଜାର ଟଙ୍କା ଚୋରି ସହ ଲକ୍ଟୋ ଡେକ୍ସ ପ୍ରାୟ ପାଞ୍ଚ ହଜାରର ମୂଲ୍ୟ ହେବ ଚୋରି ହୋଇଛି। ଏହା ପରେ ବୋରଡ଼ା ପୋଲିସଙ୍କୁ ଜଣାଇ ଥିଲେ ଏବଂ ବୋରଡ଼ା ଫାଣ୍ଡି ଅଧିକାରୀ ଟୁନା ସେଠି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
ପ୍ରକାଶ ଥାଉକି, ଏହି ଅଂଚଳରେ ଏହିପରି ଅନେକ ଥର ଚୋରି, ଡକାୟତି, ମୋବାଇଲ, ମୋଟର ସାଇକେଲ ଲୁଟ, ଗୁଣ୍ଡାଗର୍ଦି ହୋଇଥିଲେ ମଧ୍ୟ ପୋଲିସ କୌଣସି ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରିନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏହି ମେଡିକାଲର କିଛି ଦୂରରେ ଦୁଇ ଗୋଟି ମଦ ଭାଟି ଦେଶୀ ଓ ବିଦେଶୀ ରହିଛି। ତେଣୁ ପ୍ରତିଦିନ ବିଳମ୍ବିତ ରାତି ଯାଏ ଏଠାରେ ଅସାମାଜିକ ବ୍ୟକ୍ତିବିଶେଷଙ୍କ ରାଜୁତି ଚାଲେ। ଫଳରେ ଏହି ଅଂଚଳ ଏକ ଅଶାନ୍ତ ବାତାବରଣ ସ୍ଥିତିରେ, ଜନସାଧାରଣ ଅସ୍ତ ବ୍ୟସ୍ତ। ଏପରି ସ୍ଥିତିରେ ପୋଲିସ ପ୍ରଶାସନ ପୂର୍ଣ ମାତ୍ରାରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।