-
ଆହୁରି ୧୩୨ଟି ପଦବୀ ଆଉଟ୍ ସୋରସିଂ ଜରିଆରେ ମଧ୍ୟ ପୂରଣ ହେବ
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ (ଆଇଆର ବାଟାଲିଅନ) ପାଇଁ ୬୬୩ଟି ପଦବୀକୁ (ସିକ୍ୟୁରିଟି କୟଜ୍) ମଞ୍ଜୁର କରିଛନ୍ତି । ଏହି ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି ।
ଏହି ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଂଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪, ଇନିସ୍ପେକ୍ଟର (ଡବ୍ଲୁଟି)-୧, ସବ୍ ଇନିସ୍ପେକ୍ଟର (ଡବ୍ଲୁଟି)-୨, ହାବିଲଦାର (ଡବ୍ଲୁଟି)-୪, କନେଷ୍ଟବଳ(ଡବ୍ଲୁଟି)-୧୩, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧ । ଏହିପରି ପ୍ରତ୍ୟେକ ବାଟାଲିଅନରେ ୨୨୧ ଜଣ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ ।
ଏହାସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ଯ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି, ଯାହାକି ଆଉଟ ସୋରସିଂ ଜରିଆରେ ପୂରଣ କରାଯିବ । ୩ଟି ବାଟାଲିଅନ ପାଇଁ ୧୩୨ଟି ଆଉଟ ସୋରସିଂ ପଦବୀ ସୃଷ୍ଟି କରାଯାଇଛି ।