ଭୁବନେଶ୍ୱର, ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
କେନ୍ଦ୍ର ପକ୍ଷରୁ କୁହା ଯାଇଛି ଯେ ବର୍ଷା ନେଇ ୧୩ ଟି ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରୀ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ନବରଙ୍ଗପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ । ଏସବୁ ଜିଲ୍ଲା ଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ବୋଲି କୁହା ଯାଇଛି ।
ଅନ୍ୟ ପକ୍ଷରେ କେନ୍ଦ୍ର ପକ୍ଷରୁ ଟ୍ୱିଟ କରି କୁହା ଯାଇଛି ଯେ – ଅନ୍ୟପକ୍ଷେ, ଜୁନ୍ ୧୪ ସୁଦ୍ଧା ରାଜ୍ୟରେ ମୌସୁମୀ ଋତୁର ହାରାହାରି ବର୍ଷା ୧୪.୧ ମି.ମି. ଥିଲା । ଯାହା ସ୍ୱାଭାବିକ ବର୍ଷା ଠାରୁ ୮୦% ନିଅଂଟିଆ ରହିଥିଲା । ରାଜ୍ୟକୁ ମୌସୁମୀ ଅଗ୍ରସର ହେବା ସହ ଗତକାଲି ୨୧ ତାରିଖ ସୁଦ୍ଧା ଏହି ବର୍ଷା ପରିମାଣ ୭୮.୭ ମି.ମି. ସହ ୭ ଦିନରେ ୪୨% ନିଅଂଟିଆ ଭରଣ ହୋଇ ବର୍ତ୍ତମାନ ସ୍ୱାଭାବିକ ବର୍ଷା ଠାରୁ ୩୮% କମ ରହିଛି ।