ଭୁବନେଶ୍ୱର, ରାଇରଙ୍ଗପୁର ୨୨ ଜୁନ – ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ଆଜି ସକାଳେ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚନା କରିଛନ୍ତି । ଏହା ସହ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳେ ଶ୍ରୀମତୀ ମୁର୍ମୂ ପ୍ରଥମେ ରାଇରଙ୍ଗପୁରର ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ସେ ସେଠାରେ ଥିବା ପୂର୍ଣ୍ଣନ୍ଦେଶ୍ୱର ଶିବ ମନ୍ଦିର ପରିସରକୁ ଓଳାଇ ସଫା କରିଥିଲେ ।
଼ଏହାପରେ ଦ୍ରୌପଦୀ ମୁର୍ମୁ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ । ସେ ରାଇରଙ୍ଗପୁର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ଯାଇ ମଧ୍ୟ ପ୍ରାର୍ଥନା କରିଥିବା ଜଣା ପଡିଛି । ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସାନ୍ତାଳୀଙ୍କ ଆରାଧନା ପୀଠ ଜାହିରା ଯାଇ ଦ୍ରୌପଦୀ ମୁର୍ମୁ ବି ପୂଜାର୍ଚ୍ଚନା କରିଥିଲେ ।