ପୁରୀ, ପ୍ରଶାସନ ସହିତ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ୩୫ ମୌଜାର ପରିଚାଳନା କମିଟି । ଫଳରେ ୩ ଦିନ ପରେ ଆଜି ଚିଲିକାରେ ଡ଼ଙ୍ଗା ଚଳାଚଳ ସ୍ଵାଭାବିକ୍ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୩ ଦିନ ଧରି ଚିଲିକାରେ ଡ଼ଙ୍ଗା ଚଳାଚଳ ବନ୍ଦ ଯୋଗୁଁ ଯାତାୟାତ କ୍ଷେତ୍ରରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ରଥଯାତ୍ରା ପର୍ଯ୍ୟନ୍ତ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଡ଼ଙ୍ଗା ଚଳାଚଳ କରିବ । ଏହା ପରେ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।