କନ୍ଧମାଳ,ଫୁଲବାଣୀ ସହରର ସ୍ଥାନୀୟ ଜ଼ିଲ୍ଲା ସଂସ୍କୃତି ସଭା ଗୃହ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ଓ ସମର୍ଥ ଭାରତ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପ ଜ଼ିଲ୍ଲାପାଳ ଶେଷଦେବ ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ଶାରୀରିକ ପ୍ରଶିକ୍ଷଣ ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ, ଯୋଗ ଗୁରୁ ନିରଞ୍ଜନ ପାଣ୍ଡେ, ପ୍ରଶାନ୍ତ ଦାଶ, ଗୋପାଳ କୃଷ୍ଣ ପାଢ଼ୀ, ଡି ଜି ନୋମିନି ନେହେରୁ ଯୁବ କେନ୍ଦ୍ର ସଂଗଠନ ଏବଂ ନେହରୁ ଯୁବକେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ। ଫୁଲବାଣୀ ବ୍ଲକର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଏବଂ ଯୁବକ ସଂଘର ସଭ୍ୟ ସଭ୍ୟା, ନେହରୁ ଯୁବକେନ୍ଦ୍ରର ସ୍ଵେଚ୍ଛାସେବୀ ପ୍ରମୁଖ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଦିବସରେ ଯୋଗ ଉପରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅନିତୋଷ ମହାପାତ୍ର ପ୍ରଥମ, ସଂଜିତ ସାହୁ ଦ୍ଵିତୀୟ ଏବଂ ଶିବ ପ୍ରସାଦ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି, ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ ମୁଖ୍ୟ ଅତିଥି। ମୁଖ୍ୟ ଅତିଥି ଦିବସର ମୂଖ୍ଯ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀମାନଙ୍କୁ ଅବଗତ କରିଥିଲେ। ଯୋଗ ଗୁରୁ ଭାବରେ ନିରଞ୍ଜନ ପାଣ୍ଡେ ଯୋଗଦେଇ ଛାତ୍ର ଛାତ୍ରୀ ଓ ଯୁବକ ଭାଇ ଓ ଭଉଣୀ ମାନଙ୍କୁ ଯୋଗ ତାଲିମ ପ୍ରଦାନ କରିଥିଲେ।
ବୈଠକରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ଯୋଗଦେଇ ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ଯୁବକ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ଗୋପାଳ କୃଷ୍ଣ ପାଢ଼ୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।