ରାଇରଙ୍ଗପୁର, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ରଙ୍କ ମାର୍ଗଦର୍ଶନରେ ଏବଂ ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ବିଜୟ କୁମାର ରାମଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀ ଭାଗ ନେଇଥିଲେ । ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ର, ବିଜୟ ରାମ, ପି.ଇ.ଟି. କାରୁ ମାରାଣ୍ଡି ଯୋଗ ପାଇଁ ସମସ୍ତଙ୍କୁ ବାର୍ତା ଦେଇଥିଲେ ।
ଛାତ୍ରୀମାନଙ୍କ ମଧ୍ୟରେ ଶ୍ରେୟାଂଶୀ ପାଟବନ୍ଧା, ଲୀଳାବତୀ ପାତ୍ର, ଗଣେଶ୍ଵରୀ ପାତ୍ର, ସ୍ଵିଟି କାରୃଆ, ଯାଜ୍ଞସିନୀ ବେହେରା, ସୁଭଦ୍ରା ମହାକୁଡ, ସାଲ୍ହା ଟୁଡୁ, ପୂର୍ଣ୍ଣିମା ବାରିକ, ପ୍ରିୟା ଘୁନୀଆ, ଛିଡା ସୋରେନ, ସୁଧା ହେମ୍ବ୍ରମ, ଛିତାମଣି କିସ୍କୁ, ସ୍ଵପ୍ନା ମାହାଲୀ, ଦିବ୍ୟଜ୍ୟୋତି ବଇଠା, ବାନଗି ମୁର୍ମୁ, ସଲମା ଟୁଡୁ, ନିରୁପମା ମହାନ୍ତ, ଦୀପା ବେହେରା, ଦୀପା ଗିରି, ପୁଷ୍ପା ପାତ୍ର, ପ୍ରିୟଙ୍କା ମୁଣ୍ଡା, ବିଦ୍ୟାରାଣୀ ପାତ୍ର, ହେମାଙ୍ଗିନି ଠୟାଲ, ଦୀପା ବଇଠା, ଶର୍ମିଲା ମୁର୍ମୁ, ଭବାନୀ ବାଗେ ଓ ଅନ୍ୟମାନେ ଯୋଗ ଦେଇଥିଲେ । “ଯୋଗ କରିବା, ନିରୋଗ ରହିବାର ନାରା ଦିଆଯାଇଥିଲା । ଶେଷରେ କାରୁ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।