-
ପୁରୀକୁ ବିଶ୍ଵସ୍ତରିୟ ଷ୍ଟେସନ କରାଯିବ- କେନ୍ଦ୍ର ରେଳମନ୍ତ୍ରୀ
ପୁରୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପୁରୀ ଗସ୍ତରେ ଆସି ପୁରୀ ରେଳ ଷ୍ଟେସନର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହା ସହ ଆଗାମୀ ଦିନରେ ପୁରୀ ରେଳ ଷ୍ଟେସନକୁ ବିଶ୍ଵସ୍ତରିୟ ମଡେଲ ଭାବେ ପରିଗଣିତ କରିବା ପାଇଁ କ’ଣ କ’ଣ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।
ପରେ ଏନେଇ ଗଣମାଧ୍ୟମ ସମ୍ମୁଖରେ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ରଥଯାତ୍ରା ପାଇଁ ପୁରୀକୁ ୨୦୫ଟି ଟ୍ରେନ୍ ଚଳାଚଳ କରିବ ଏବଂ ଯାତ୍ରୀ ମାନଙ୍କ ନିମନ୍ତେ ମୋବାଇଲ୍ ଟିକେଟ୍ ବ୍ୟବସ୍ଥା କରାଯିବ ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆଗାମୀ ଦିନରେ ପୁରୀକୁ ବିଶ୍ଵସ୍ତରିୟ ଷ୍ଟେସନ କରାଯିବ । ୩୬୪ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ଶେଷ ହେବ । ଏଠାରେ ଏକ ବଡ ଯାତ୍ରୀ ନିବାସ ନିର୍ମାଣ ହେବ । ଓଡ଼ିଶାର ସ୍ଥାପତ୍ୟ, କଳା ଅନୁଯାୟୀ ଏହାର ଡିଜାଇନ୍ ପ୍ରସ୍ତୁତ ହେବ । ୨୦୦ ରୁ ୩୦୦ କି.ମି. ବାତ୍ୟା ପବନ ସହନଶୀଳ କୋଠା ନିର୍ମାଣ ହେବ । ପୁରୀ- ଭୁବନେଶ୍ଵର ପାଇଁ ବିଶ୍ଵସ୍ତରିୟ ଟ୍ରେନ୍ ଚଳାଚଳ କରାଯିବ ।
ଏହାପରେ ମନ୍ତ୍ରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ।