ଭୁବନେଶ୍ୱର/ପୁରୀ , କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି । ପ୍ରସ୍ତାବିତ ନବକଳେବର ପାଇଁ ଆଜି ବୈଷ୍ଣବ ପୁରୀ ଷ୍ଟେସନରେ ପହଂଚ ବୁଲି ଦେଖିଛନ୍ତି । ବର୍ତର୍ମାନର ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୁରୀ ସ୍ୱତନ୍ତ୍ର ପ୍ଲାନ ଓ ଡିଜାଇନକୁ ଦେଖିଛନ୍ତି । ଏହାସହ ଏଥିରେ କିଛି ପରିବର୍ତର୍ନ ନେଇ ସେ ଆଲୋଚନା ମଧ୍ୟ କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷା, ଶୃଙ୍ଖଳିତ ଗମନାଗମନ, ଆନୁଷଙ୍ଗିକ ବ୍ୟବସ୍ଥା ଓ ଟ୍ରେନ ଚଳାଚଳ ସମୟରେ ଯେମିତି କିଛି ବାଧା ନ ଉପୁଜିବ ତାହାକୁ ସେ ଗୁରୁତ୍ୱ ଦେଇଛନ୍ତି ।
ସେ କହିଛନ୍ତି ଯେ ପୁରୀକୁ ବିଶ୍ୱସ୍ତରୀୟ ଷ୍ଟେସନ କରାଯିବ । ସେ କହିଛନ୍ତି ଯେ ୩୬୪ କୋଟି ଟଙ୍କାର ପ୍ରକଳ୍ପ କାମ ଦୁଇ ବର୍ଷ ମଧ୍ୟରେ ଶେଷ ହେବ । ବଡ଼ ଯାତ୍ରୀ ନିବାସ ନିର୍ମାଣ ହେବା ସହ ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ୨୦୦ରୁ ୩୦୦ କିଲୋମିଟର ବାତ୍ୟା ସହନଶୀଳ ବିଲ୍ଡିଙ୍ଗ ନିର୍ମାଣ ହେବ ।
ସେ କହିଛନ୍ତି ଯେ ରଥଯାତ୍ରା ପାଇଁ ୨୦୫ଟି ଟ୍ରେନ୍ ଚଳାଚଳ କରିବ୨୦୫ ଟ୍ରେନ୍ ଚଳାଚଳ ସହ ମୋବାଇଲ ଟିକେଟ୍ ବ୍ୟବସ୍ଥା ହେବ ।