ଭୁବନେଶ୍ୱର, ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକା ଯାଇଛି । ଏ ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଜି ସଂଧ୍ୟାରେ ଓଡ଼ିଶାର ୯ କଂଗ୍ରେସ ବିଧାୟକ ଦିଲ୍ଲୀ ଯିବେ । ରାହୁଲ, ସୋନିଆଙ୍କୁ ଇ଼ଡି ନୋଟିସ୍କୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ଡାକରା ହୋଇଛି । ଏଥିସହ ଦଳୀୟ ସଂଗଠନ ଉପରେ ଆଲୋଚନା ମଧ୍ୟ ହେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଯେ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତର୍ନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ ଦିଆଯାଇଛି । ରାହୁଲ ଗାନ୍ଧିଙ୍କୁ ଇଡିରେ ହାଜର ହେବା ପାଇଁ ବାରମ୍ବାର ଡକାଯାଉଛି । ସୋନିଆ ଓ ରାହୁଲଙ୍କ ଇଡି ପକ୍ଷରୁ ନୋଟିସ ଜାରି କରାଯାଇ ଲୋକଙ୍କୁ ଆତଙ୍କିତ କରିବାକୁ ପ୍ରୟାସ କରାଯାଉଛି । ତା’ ଉପରେ କିପରି ରୋକ ଲଗାଯାଇ ପାରିବ ଏନେଇ ବିଧାୟକ ଓ ନେତାମାନଙ୍କୁ ନେଇ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।