ଭୁବନେଶ୍ୱର, ରାଜ୍ୟରେ କୋଭିଡ ସଂକ୍ରମଣ ଲଗାତାର ବଢୁଥିବା ବେଳେ ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ସହ ଟିବି, ଫାଇଲେରିଆ, ମାଲେରିଆ, ଡାଇରିଆ, ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଘରକୁ ଘର ବୁଲି ସର୍ଭିଲାନ୍ସ କରାଯାଉଛି ।
ସେ କହିଛନ୍ତି ଯେ ପୂର୍ବ ୧୫ ଦିନରେ ରାଜ୍ୟରେ ସଂକ୍ରମଣ ଏକ ଅଙ୍କରେ ରହୁଥିଲା ଏବେ ତାହା ବଢିବା ଆରମ୍ଭ କରିଛି । କିନ୍ତୁ ତାହା ଏତେ ଅଧିକ ନୁହେଁ । କରୋନା କାରଣରୁ ହସ୍ପିଟାଲାଇଜେନ ବଢି ନାହିଁ । ତଥାପି ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ କରି କେଉଁଠି ଅଧିକ ସଂକ୍ରମଣ ବଢୁଛି ତାହାର ତଥ୍ୟକୁ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ସମସ୍ତେ ଟିକା ନେବାକୁ ଆମେ ଲୋକ ମାନଙ୍କୁ ଅପିଲ କରୁଛୁ । । ବର୍ତର୍ମାନ ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସବୁ ଓମିକ୍ରନ ଭ୍ୟାରିୟାଣ୍ଟର ବୋଲି ସେ ସୂଚନା ଦେଇଛନ୍ତି ।