ଭୁବନେଶ୍ୱର, ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ସେନା ମୁଖ୍ୟାଳୟ ଛତିଶଗଡ-ଓଡିଶା ପକ୍ଷରୁ ଆଜି ରାୟପୁର ସ୍ଥିତ ସେଣ୍ଢ ହ୍ରଦ କୂଳରେ ଥିବା ସମ୍ମାନଜନକ “ସୌଭାଗ୍ୟଂ ” ଧ୍ୟାନ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୨୫୦ ରୁ ଅଧିକ ଅଧିକାରୀ, ଯବାନ ଏବଂ ନାଗରିକ ପ୍ରତିରକ୍ଷା କର୍ମଚାରୀ ସେମାନଙ୍କ ପରିବାର ସହିତ ଏହି ଯୋଗ ଶିବିରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ମୋରାଜୀ ଦେଶାଇ ଯୋଗ ପ୍ରତିଷ୍ଠାନରେ ତାଲିମ ପ୍ରାପ୍ତବିଶେଷଜ୍ଞ ଯୋଗ ପ୍ରଶିକ୍ଷକ ଶ୍ରୀମତୀ କିର୍ତୀ ଗୁପ୍ତାନେତୃତ୍ୱ ନେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, “ଫିଟ୍ ରହିବା ପାଇଁ ଯୋଗ ହେଉଛି ଚାବି ଏବଂ ଆପଣଙ୍କ ମନକୁ ଚାପମୁକ୍ତ ରଖିବା ପାଇଁ ଏହାକୁ ପ୍ରତିଦିନ ଅଭ୍ୟାସ କରିବା ଆବଶ୍ୟକ” । ଶ୍ରୀମତୀ କିର୍ତୀ ଗୁପ୍ତା ନିଜେ ଜଣେ ସେନା ଅଧିକାରୀଙ୍କ ପତ୍ନୀ ।
ଯେହେତୁ ଭାରତୀୟ ସେନା ଆମର ସୀମା ରକ୍ଷା କରିବା ପାଇଁ ଏକ ଯୁଦ୍ଧ ଶକ୍ତି ଭାବରେ ପ୍ରତିବଦ୍ଧତା ଏବଂ ଉତ୍ସାହର ପ୍ରତୀକ ସେଥିପାଇଁଭାରତୀୟ ସେନାକୁ ଫିଟନେସର ପ୍ରତୀକ ଭାବରେଅନେକ ବିବେଚନା କରିଥାନ୍ତି । ଭାରତୀୟ ସେନା ସର୍ବଦା ଜାତୀୟ ବିଷୟ ସହିତ ଜଡିତ ରହିଆସିଛି । ଲୋକମାନଙ୍କୁ ଯୋଗ ମାଧ୍ୟମରେ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ କହିବା ଉପରେ ଏହି ଅନ୍ତର୍ଜାତୀୟ ଯୋଗ ଦିବସ ଧ୍ୟାନ ଦେଇଥାଏ । ଏହି ଯୋଗ ଦିବସର ଅଷ୍ଟମ ସଂସ୍କରଣ କୋସା ଠାରେ ଆମ ମଧ୍ୟରେ ସଚେତନତା ଏବଂ ଉତ୍ସାହ ସୃଷ୍ଟି କରିବ ଏବଂ ଅନ୍ୟମାନଙ୍କୁ ଏକ ସୁସ୍ଥ ଜୀବନ ଶୈଳୀ ଅନୁସରଣ କରିବାକୁ ପ୍ରେରଣା ଯୋଗାଇବ ବୋଲି କୋସାର ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ।
ମୁଖ୍ୟାଳୟ ନୟା ରାୟପୁରରେ ଅବସ୍ଥିତ, କୋସାହେଉଛି ସର୍ବୋଚ୍ଚ ସାମରିକ ମୁଖ୍ୟାଳୟ ଯାହା ଛତିଶଗଡ ଏବଂ ଓଡିଶାରେ ସେନା ସହ ଜଡିତ ପ୍ରଶାସନର ତଦାରଖ କରୁଛି । ଅତୀତରେ, ସେନା ସହିତ ସାଧାରଣ ନାଗରିକଙ୍କୁ ନିୟୋଜିତ କରିବା ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ପୂର୍ବତନ ସେବାୟତମାନଙ୍କୁ ସାହାଯ୍ୟ କରିବା ପାଇଁ କୋସା ଅନେକ ପଦକ୍ଷେପ ନେଇଛି ।