
ଭବାନୀପାଟଣା, ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ପଲମ ପଂଚାୟତ ଠାରେ ଚାଷୀ ମାନଙ୍କ ଉନ୍ନତ ଧରଣର ଚାଷ ପାଇଁ ଦକ୍ଷତା ବୃଦ୍ଧି ଓ ବିହନ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ସରକାରଙ୍କ ଆଇସିଏଆରଡିଏ କୋଲେବୋରଟିଭ ପ୍ରୋଜେକ୍ଟ ମାଧ୍ୟମରେ ଖରିଫ – ୨୦୨୨ ଅଟେ। ଏହି ବିହନ ବିତରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ହେମକିଶୋର ନାଗ, କୃଷି ଅଧିକାରୀ ଶିବାନୀ ପ୍ରଧାନ, ଭି. ଏ.ଡବ୍ଲ୍ୟୁ. -ସୁନୀଲ ମନୋହର ଭୋଇ, ଆଇସିଏଆରଡିଏ ଜିଲ୍ଲା ସଂଯୋଜକ ବୀରେନ୍ଦ୍ର କୁମାର ସା ଏବଂ ଦିଲୀପ କୁମାର ଭୋଇ, ନର୍ଲା, ପ୍ରିୟଙ୍କା ସୃତି ସୁନା ସେନାପତି, କୁଶ ସାହୁ, କର୍ଲାମୁନ୍ଡା ପ୍ରମୁଖଙ୍କ ସମେତ ଚାଷୀ ମାନେ ଉପସ୍ଥିତ ଥିଲେ। ହରଡ଼ ବିହନ ଚାଷୀ ମାନେ ପାଇ ଖୁସିବ୍ୟକ୍ତ କରିଥିଲେ ଏବଂ ଉନ୍ନତ ଧରଣର ହରଡ଼ ଚାଷ କରିବାକୁ ପରାମର୍ଶ ଦିଆଯାଇଥିଲା।