ଭକ୍ତ ସାଲବେଗ ପୀଠ ବଡ଼ଦାଣ୍ଡ ଠାରେ ଜାତୀୟ ଚିତ୍ର କଳା ଶିବିର Painted Canvas ( Sri Jagannath) ଉଦଯାପିତ ହୋଇଯାଇଛି |ଏଥିରେ ୧୬ ଗୋଟି ଚିତ୍ର ସ୍ଥାନ ପାଇଥିବା ବେଳେ ଅନେକ ଭକ୍ତ ବଡ଼ଦାଣ୍ଡରେ ଘେରିରହି ଏହି ପ୍ରଦର୍ଶନୀ କୁ ଉପଭୋଗ କରିଥିଲେ। ଏଥିରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଫିତା କାଟି ପ୍ରଦର୍ଶନୀ କୁ ଉଦଘାଟନ କରିଥିଲେ ଓ ଏଥିରେ ଭାରତର ବିଭିନ୍ନ ରାଜ୍ୟ ତଥା Delhi ର ଆଶୁତୋଷ ପାଣିଗ୍ରାହୀ ,ମନୋଜ କୁମାର ସାହୁ ,Cuttack ରୁ ଗୌରାଙ୍ଗ ବାରିକି ,ବାଲେଶ୍ୱର ରୁ ରାଜ ବଲ୍ଲଭ ସାହୁ ,ନିତ୍ୟାନନ୍ଦ ସାହୁ ,ବନାରସ ରୁ ରାଜୀବ ଲୋଚନ ସାହୁ ,UP ରୁ ଯୁଗଳ କିଶୋର ତରାଇ , ଯାଜପୁର ରୁ ଶଶିଧର ପତି ,ଗଞ୍ଜାମ ରୁ ଅଶୋକ ଚୌଧୁରୀ,ହିମାଚଳ ପ୍ରଦେଶରୁ ଧର୍ମପଦ ବିଶ୍ଵାଳ, ଭୁବନେଶ୍ୱରୁ ମୀନକେତନ ପଟ୍ଟନାୟକ,ପୁରୀ ରୁ ବିଶ୍ଵମୋହନ ରଥ,ଶୁଭେନ୍ଦୁ ମିଶ୍ର ଏବଂ ଦୁର୍ଗା ମାଧବ କର ଙ୍କୁ ଉପଢକନ ଓ ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ । ଏଥିରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକାଙ୍କ ସମେତ ସଭାପତି ଭକ୍ତ ଚରଣ ଦାସ ଓ ଉପସଭାପତି ଚକ୍ରଧର ମହାପାତ୍ର ଉପସ୍ଥିତ ଥିଲେ । ଶେଷରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଗାମାଧବ କର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Related Stories
November 24, 2024
November 24, 2024