କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ସେ ଏହି ବାଲୁକା କଳାରେ ଯୋଗ କରିବା ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବା ର ବାର୍ତ୍ତା ଦେବା ସହିତ ବାଲୁକା କଳା ରେ ସକାଳ ର ସୂର୍ଯ୍ୟ କିରଣ ରେ ବସି ଯୋଗ ମୁଦ୍ରା ର ଚିତ୍ରଣ କରିଛନ୍ତି | ଯୋଗ ହିଁ ଏକ ମାତ୍ର ଉପାୟ ଯାହାଦ୍ୱାରା ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିବା ସହିତ ନିଜ ଜୀବନ ଶୈଳି କୁ ସୁଚାରୁ ରୂପେ ସଂଚାଳନ କରିପାରିବ। ସେ ମାନବ ସମାଜ କୁ ଅନୁରୋଧ କରିଛନ୍ତି ନିଜ ପାଇଁ ନିଜେ ସମୟ ବାହାର କରି ଯୋଗ କରନ୍ତୁ ନିଜେ ସୁସ୍ଥ ରହିବା ସହିତ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ |
ଏହି ବାଲୁକା କଳାରେ”International Yoga Day” ର ବାର୍ତ୍ତା ଦେବାସହିତ “Yoga for humanity” ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳା କୁ ନିର୍ମାଣ କରିବା ପାଇଁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏହି ବାଲୁକା କଳା ଟି 17 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 15 ଟନ୍ ବାଲି ଉପଯୋଗ କରାଯାଇଛି।