କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଚଳିତ ବର୍ଷ ଜୁଲାଇ ମାସ ଏକ ତାରିଖରେ ବିଶ୍ଵ ବ୍ରହ୍ମାଣ୍ଡ ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି। ଗତ ଦୁଇବର୍ଷ ହେବ କରୋନା ମହାମାରୀ ପାଇଁ ମହାପ୍ରଭୁଙ୍କ ରଥଯାତ୍ରାରେ ଭକ୍ତ ମାନେ ସାମିଲ ହୋଇ ପାରିନାହାନ୍ତି। ଏହି ମହାମାରୀ ପାଇଁ ସାଧାରଣ ଜନତା ଆର୍ଥିକ ସଂକଟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ସୁଧୁରୀ ନାହିଁ। ଯାହା ଫଳରେ ଦୂର ଦୁରାନ୍ତରୁ ଅଗଣିତ ଜଗନ୍ନାଥ ପ୍ରେମୀ ଏହି ଆର୍ଥିକ ଦୁର୍ବିସହରେ ଥିଲେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ପୁରୀରେ ରଥଯାତ୍ରା ଜୋତାଷ୍ଟାଣ୍ଡ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଥିବା ୪ ଗୋଟି କଣ୍ଟେନର ଗୁଡିକୁ ବ୍ୟବହାର କରିବା ସହିତ ଶ୍ରୀମନ୍ଦିର ଜୋତାଷ୍ଟାଣ୍ଡରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସେଥିରେ ନିୟୋଜିତ କରାଯାଉ ଏବଂ ଏହାକୁ ଦେୟମୁକ୍ତ କରାଯାଉ। ଦ୍ଵିତୀୟରେ ଦୁଇ ଓ ଚାରି ଚକିଆ ପାର୍କିଂ ଗୁଡିକ ଦେୟ ମୁକ୍ତ କରାଯାଉ ନଚେତ୍ ସ୍ବେଚ୍ଛାସେବୀ ମାନଙ୍କୁ ନ୍ୟୁନତମ ପାରିଶ୍ରମିକରେ ନିୟୋଜିତ କରାଯାଉ। ଯାହାଫଳରେ ଦୂର ଦୁରାନ୍ତରୁ ଆସୁଥିବା ଜଗନ୍ନାଥ ପ୍ରେମୀମାନେ ଉପକୃତ ହେବେ। ତୃତୀୟରେ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଯୋଗୁଁ ବହୁ ଦୂର ଦୁରାନ୍ତରୁ ବିଭିନ୍ନ ପ୍ରକାରର ଗରିବ ବ୍ୟବସାୟୀମାନେ ଆସି ବଡ଼ଦାଣ୍ଡରେ ପସରା ପକାଇ ବ୍ୟବସାୟ କରିଥାନ୍ତି। କିନ୍ତୁ ଦୁଃଖର ବିଷୟ ସେମାନଙ୍କ ଠାରୁ ଧାର୍ୟ୍ଯ ଦେୟ ଠାରୁ ଅତ୍ୟଧିକ ଇଜେରା ଆଦାୟ କରାଯାଇଥାଏ। ଯାହା ଫଳରେ ଏହି ସମୟରେ ପୁରୀବାସୀଙ୍କ ସହିତ ବାହାରୁ ଆସୁଥିବା ଜଗନ୍ନାଥ ପ୍ରେମୀମାନେ ଭାରି ମାତ୍ରାରେ ଶୋଷଣର ଶିକାର ହୋଇଥାନ୍ତି। ଏହା ଉପରେ ଧ୍ୟାନ ଦେବା ସହ କିପରି ନିର୍ଦ୍ଧାରିତ ଦେୟର ଇଜିରା ଆଦାୟ ହେବ ଓ ସଂପୃକ୍ତ ଦୋକାନୀଙ୍କୁ ରସିଦ ଦିଆଯିବ ଏହାର ବ୍ୟବସ୍ଥା କରିବାକୁ ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଟା ପକ୍ଷରୁ ପୁରୀର ମାନନୀୟ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ମାନନୀୟ ଜିଲ୍ଲାପାଳ ଶ୍ରୀ ବର୍ମା ଉପରୋକ୍ତ ଦାବିକୁ ଗୁରୁତର ସହ ନେଇ ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦିକା ଶୁଭଶ୍ରୀ ବେହେରାଙ୍କ ନେତୃତ୍ୱରେ ସତ୍ୟନାରାୟଣ ସାହୁ, ଆଦିତ୍ୟ ନାରାୟଣ ବାରିକ୍, କୃଷ୍ଣ ମୋହନ ପ୍ରଧାନ, ସତ୍ୟାନନ୍ଦ ପରିଡ଼ା, ପପେୟା ବାନାର୍ଜୀ, ଗୀତାଞ୍ଜଳି ଜେନା, ମାଧବ ସ୍ୱାଇଁ, କାହ୍ନୁ ଚରଣ ବଡ଼ପଣ୍ଡା, ଦେବେନ୍ଦ୍ର ସୁବୁଦ୍ଧି ଓ ଦେବରାଜ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇ ଥିଲେ।
Related Stories
November 24, 2024
November 24, 2024