
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଷ୍ଟାଡିୟମ ଠାରେ ପୁରୀ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ବାଳକ ବକ୍ସିଂ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଯୁବ ଖେଳାଳୀ ଖେଳାଳି ଅଂଶଗ୍ରହଣ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳୀ ମାନେ ଆସନ୍ତା ୨୩ ତାରିଖ ଦିନ ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଚୟନ ଶିବିର ରେ ଅଂଶଗ୍ରହଣ କରିବେ। ବିଜେତା ମାନେ ହେଲେ ରାକେଶ ଭୋଇ,ସୁରେନ୍ଦ୍ର ଭୋଇ,ମହମ୍ମଦ ଟୁକନ,ସ୍ୱୟଂ ମହାପାତ୍ର, ଜୟ ପ୍ରକାଶ ସେନାପତି,ଗୋପୀନାଥ ଗୋଛିକାର,ଗୌରଭ ଦାସ |ଏନେଇ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ରବିଶଙ୍କର ପ୍ରତିହାରୀ ଓ ରାଜ୍ୟ ଵକ୍ସିଂ ସଂଘ ର ଉପ ସଭାପତି ସୁଦର୍ଶନ ସାହୁ ସୂଚନା ଦେଇଛନ୍ତି।
Nis କୋଚ୍ ଲଷ୍ମୀଧର ମୁଦୁଲି, ମାନସ ଜେନା, ଦୀପକ କୁମାର ପରିଡା, ସୁନୀଲ ଜେନା,ଅକ୍ଷୟ ନାୟକ,ସ୍ମାରକ ରଞ୍ଜନ ସାହୁ,ଜାବିର୍ ଖାଁ, ପ୍ରମୁଖ ପରିଚାଳନା କରିଥିଲେ।