ଅଗଷ୍ଟ ୭ ରିଖ ଶିଶୁ ସମାଚାର ର ପଞ୍ଚଦଶ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଆଜି ସୁଖଲତା ସ୍ମୃତି ବାଳିକା ବିଦ୍ୟାଳୟ, ଗୌଡ଼ବାଡ଼ ସାହି ରେ ଅନୁଷ୍ଠିତ ହୋଇଛି | ପ୍ରତିଯୋଗିତା କୁ ଉଦଘାଟନ କରିବା ପାଇଁ ଉପଦେଷ୍ଟା ଚକ୍ରଧର ମହାପାତ୍ର, ଉତ୍କଳ ବିଦ୍ଵତ ପରିଷଦ ସଭାପତି ମନୋଜ ରଥ, ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର କର ଅତିଥି ଭାବେ ଯୋଗ ଦେଇଥିଲେ |ଉଦଘାଟନ ସମାରୋହ କୁ ସଂଯୋଜନା କରିଥିଲେ ଆଡ଼ଭୋକେଟ ଶରତ କୁମାର ରାୟଗୁରୁ |ପ୍ରାରମ୍ଭରେ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ଅତିଥି ପରିଚୟ ୨୬ ରେ ମାଆ ମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ରେ ଝୋଟି ପ୍ରତିଯୋଗିତା ରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ | ଆସନ୍ତା ଅଗଷ୍ଟ ୭ ରେ ଜାତୀୟ ସ୍ତରୀୟ ନୃତ୍ୟ ଓ ସଂଗୀତ ପ୍ରତିଭା ପ୍ରଦର୍ଶନ ପୁରୀ ଟାଉନ ହଲ ରେ ହେବ ଏଥିପାଇଁ ଜୁଲାଇ 10ସୁଦ୍ଧା ପ୍ରତିଯୋଗୀ ମାନେ ନିଜ ନାମ ପଞ୍ଜିକୃତ କରିପାରିବେ| ଆଜିର ବକ୍ତୃତା ପ୍ରତିଯୋଗିତା ରେ ବିଭିର୍ଣ୍ଣ ବିଦ୍ୟାଳୟ ରୁ 24 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ |ସମସ୍ତ ପୁରସ୍କାର ଶିଶୁ ସମାଚାର ସ୍ଵନକ୍ଷତ୍ର ଦିବସ ରେ ପ୍ରଦାନ କରାଯିବ ବୋଲି ସଂଯୋଜକ ଶରତ ରାୟଗୁରୁ ଘୋଷଣା କରିଥିଲେ | ଆଜିର ପ୍ରତିଯୋଗିତାରେ ଶିବ ସୁନ୍ଦର ମିଶ୍ର, ସଦାଶିବ ମିଶ୍ର, ରବି ନାରାୟଣ ହୋତା, ସୂର୍ଯ୍ୟ ନାରାୟଣ ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ |ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଜନ ଜୀବନ ରେ ବିଜ୍ଞାନ ର ପ୍ରଭାବ ଶୀର୍ଷକ ବକ୍ତୃତା ରେ ସୌମାଶ୍ରୀ ବେହେରା ପ୍ରଥମ, ପ୍ରତୀକ୍ଷା ମିଶ୍ର ଦ୍ୱିତୀୟ, ଅନୁଷ୍କା ରଥ ତୃତୀୟ ସ୍ଥାନ ଓ ନବମ ରୁ ଦଶମ ଶ୍ରେଣୀ ବର୍ଗ ରେ ଯୁଦ୍ଧ୍ୟ ନୁହେଁ ଶାନ୍ତି ଚାହୁଁ ଶୀର୍ଷକ ବକ୍ତୃତା ରେ ଶୁଭାଙ୍ଗି ରଥ ପ୍ରଥମ ଡୁଡୁଲ ମହାନ୍ତି ଦ୍ୱିତୀୟ ଅସ୍ମିତା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଏହି ପ୍ରତିଯୋଗିତା କୁ ସତ୍ୟ ନାରାୟଣ ସାହୁ, ସତ୍ୟମଲିକ, ଶୁଭଜିତ ପଣ୍ଡା, ଶ୍ରବଣ କୁମାର ପ୍ରଧାନ ବ୍ରଜ କିଶୋର ସାହୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ |
Related Stories
November 24, 2024
November 24, 2024