
ଭଦ୍ରକ – ଆଜି ଏହି ଜିଲାର ବନ୍ତର ବିଡିଓ ଓ ତହସିଲଦାରଙ୍କ ଜରିଆରେ ନିଖିଳ ଓଡ଼ିଶା ଠିକାଦାର ସଂଘ, ଭଦ୍ରକ ବନ୍ତ ଶାଖା ପକ୍ଷରୁ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ପ୍ରଦାନ କରିଛି । ଏଥିରେ ସମସ୍ତ ଠିକାଦାର ଯୋଗଦେଇ ବନ୍ତ ଥାନା ଛକ ନିକଟରେ ଏକ ପ୍ରତିବାଦ ସଭା କରି ଶୋଭାଯାତ୍ରାରେ ଯାଇ ଉଭୟ କାର୍ଯ୍ୟାଳୟର ଅଧିକାରିଣୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ଏବଂ ସେମାନଙ୍କର ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି କାର୍ଯ୍ୟବନ୍ଦ ଆନେ୍ଦାଳନ ଅଧିକ ବ୍ୟାପକ ହେବ ବୋଲି ଚେତାବନୀ ଦେଇଥିଲେ । ଏଠାରେ ପ୍ରକାଶ ଥାଉକି ଭଦ୍ରକ ଜିଲାର ସମସ୍ତ ଠିକାଦାରମାନେ ଗତ ୪ ତାରିଖ ଠାରୁ ଜିଲାବ୍ୟାପୀ ସମସ୍ତ କାର୍ଯ୍ୟ ବନ୍ଦ ରଖି ସେମାନଙ୍କର ଆନେ୍ଦାଳନ ଜାରି ରଖିଛନ୍ତି । ସଂଘର ଜିଲା ସଭାପତି କୁମୁଦ ବନ୍ଧୁ ମହାପାତ୍ର, ସଂପାଦକ ଅଜିତ୍ କୁମାର ଦାସ, ଉପଦେଷ୍ଟା ପ୍ରଫୁଲ୍ଲ ଦାସ, ବ୍ଲକ୍ ସଂପାଦକ ଅଶୋକ ପାଣିଗ୍ରାହୀ, ସୁବାଷ ଚନ୍ଦ୍ର ସାହୁ, ନିର୍ମଳ ଚନ୍ଦ୍ର ରାଉତ, ନିରଂଜନ ମହାପାତ୍ର, ଉମାକାନ୍ତ ଜେନା, ପ୍ରଣବ କିଶୋର ଲେଙ୍କା, ହେମନ୍ତ କୁମାର ମଲ୍ଲିକ ଓ ସନାତନ ଖିଲାର ପ୍ରମୁଖ ବହୁ ଠିକାଦାର ଏହି ଆନେ୍ଦାଳନରେ ଯୋଗ ଦେଇଥିଲେ ।