କନ୍ଧମାଳ, ସରକାର ପ୍ରତି ଘରକୁ ସ୍ଵଛ ପାନୀୟ ଜଳ ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଅନେକ ସ୍ଥାନରେ ଏ ସବୁ କାଗଜ କଲମରେ ଚାଲିଥିବା ପରିଲିକ୍ଷିତ ହୋଇଛି । ବାଲିଗୁଡ଼ା ବିଜ୍ଞାପିତ ଅଂଚଳ ପରିଷଦରେ ବାରମ୍ବାର ଅଭିଯୋଗ କରିବା ସତ୍ଵେ ନିର୍ବାହୀ ଅଧିକାରୀ ଶୁଣୁନାହାନ୍ତି। ଫଳରେ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି ଲୋକେ। ଏ ଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିର ୧ ନମ୍ବର ୱାର୍ଡରେ ।
ସେମାନଙ୍କ ଅଭିଯୋଗ ହେଲା ଯେ, ଏହି ଅଂଚଳରେ ଲୋକଙ୍କ ଘରକୁ ପାଣି ପାଇପ ଯୋଗେ ଦିଆଯାଉ ନାହିଁ କିମ୍ବା ପାଣି ଟ୍ଯାଙ୍କର ଯୋଗେ ମଧ୍ୟ ଯୋଗାଣ ବ୍ୟବସ୍ଥା କରାଯାଉନାହିଁ । ଅଭିଯୋଗ କଲେ ବି ଶୁଣୁନାହାଁନ୍ତି ନିର୍ବାହୀ ଅଧିକାରୀ ବୋଲି ୧ ନମ୍ବର କାଉନସିଲର ଅଜୟ ଦିଗଲ କହିଛନ୍ତି । ପାଣି ନ ଆସିଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ କାଉନସିଲରଙ୍କ ସମେତ ଅଂଚଳବାସୀ ଅଣ୍ଟା ଭିଡିଛନ୍ତି।